ପାଣିପାଗ: ୩୦ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ଲହରି, ୯ଜିଲ୍ଲାକୁ ସତର୍କ ସୂଚନା ଜାରି

ପାଣିପାଗ: ୩୦ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ଲହରି, ୯ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ରା ଅସମ୍ଭାଳ ହୋଇପଡ଼ିଛି। ଆଗାମୀ ୩୦ ତାରିଖ ଯାଏଁ ଏହା ଜାରି ରହିବ ବୋଲି ଜଣାପଡ଼ିଛି। ସକାଳ ୮ଟା ପର ଠାରୁ ଅପରାହ୍ଣ ୩ଟା ଯାଏଁ ବାହାରକୁ ବାହାରିବା ସହଜ ହେଉ ନାହିଁ। ତେଣୁ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ଖରା ଓ ଅସହ୍ୟ ଗରମ ହେବ।

ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ!

ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। କାଳବୈଶାଖୀର ପ୍ରଭାବରେ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ମଧ୍ୟ ହୋଇପାରେ। ରବିବାର ସକାଳ ୮ଟା ୩୦ ମଧ୍ୟରେ କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ କୋରାପୁଟର କିଛି ସ୍ଥାନରେ ବଜ୍ରପାତ ହୋଇପାରେ।

ପାଣିପାଗ କେନ୍ଦ୍ର ଅନୁସାରେ କେନ୍ଦୁଝର, ଯାଜପୁର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ତାପମାତ୍ରା ବଢ଼ିବ। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ କିଛି ଜିଲ୍ଲାରେ ୨ରୁ ୩ ଡିଗ୍ରି ତାପମାତ୍ରା ବଢ଼ିବ। ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ରଙ୍କ ସୂଚନା ଅନୁସାରେ ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲା ଗ୍ରୀଷ୍ମର ପ୍ରଭାବ ଅଧିକ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe