Thunderstorm and rain in the state from today Photograph: (sambad.in)
ଭୁବନେଶ୍ୱର: ରାଜ୍ୟରେ ବୁଧବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫେବ୍ରୁଆରି ୧୯ରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି।
ଅଧିକ ପଢ଼ନ୍ତୁ: ରାଜ୍ୟ ବଜେଟ୍ରେ ଜିଲ୍ଲାକୁ ଅଣଦେଖା: ଶିଳ୍ପ ଓ ପର୍ଯ୍ୟଟନର ବିକାଶକୁ ଭୁଲିଗଲେ ସରକାର
ସେହିପରି ଭଦ୍ରକ, ଯାଜପୁର ଓ ବାଲେଶ୍ୱରର ଅନେକ ସ୍ଥାନରେ ୧୦ରୁ ୧୫ମିମି ବର୍ଷା ସମ୍ଭାବନା ଅଛି । କେନ୍ଦ୍ରାପଡ଼ା ଓ ଢେଙ୍କାନାଳରେ ୫ରୁ ୧୦ମିମି ବର୍ଷା ହୋଇପାରେ । ୨୨ରେ ଭଦ୍ରକ, ବାଲେଶ୍ୱର ଓ ୨୩ରେ ଭଦ୍ରକରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ତେବେ ୨୧ ତାରିଖରେ ବର୍ଷାର ପରିମାଣ କମିବ। ଏହା ସହିତ ୨୩ ତାରିଖ ସନ୍ଧ୍ୟା ପରେ ବର୍ଷା ଛାଡ଼ିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅଧିକ ପଢ଼ନ୍ତୁ: ୩୦ କି.ମି.ଦୂରରେ ମେଟ୍ରିକ୍ ପରୀକ୍ଷା କେନ୍ଦ୍ର: ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ
Follow Us