ବର୍ଷାକୁ ଚାହିଁ ରହିଥିଲେ ଲୋକେ; ପହିଲି ରଜରେ ମାଟି ଭିଜିଲା, ଯାଜପୁରରୋଡରେ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି

Advertisment
ବର୍ଷାକୁ ଚାହିଁ ରହିଥିଲେ ଲୋକେ; ପହିଲି ରଜରେ ମାଟି ଭିଜିଲା, ଯାଜପୁରରୋଡରେ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି

ଯାଜପୁର: ଜୁନ୍‌ ଦ୍ବିତୀୟ ମାସରେ ପ୍ରବଳ ଖରା ହେଉଛି। ମୁଣ୍ଡଫଟା ଖରା ଯୋଗୁଁ ଘରୁ ବାହାରିବା ସହଜ ହୋଇପାରୁ ନାହିଁ। ତେଣୁ ଲୋକେ ବର୍ଷାର ଅପେକ୍ଷାରେ ଅଛନ୍ତି।  ଯାଜପୁରରୋଡରେ ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଲୋକଙ୍କୁ ଏହା ସାମାନ୍ୟ ଆଶ୍ବସ୍ତି ପ୍ରଦାନ କରିଛି। ଆଜି ଏଠାରେ ପ୍ରାୟ ୧ ଘଣ୍ଟା ଧରି ବର୍ଷା ହୋଇଛି। ଫଳରେ ଲୋକେ ପ୍ରବଳ ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି। ଥଣ୍ଡାରେ ବାହାରେ ବୁଲାବୁଲି କରୁଛନ୍ତି।

ଯାଜପୁରରୋଡ ଅଞ୍ଚଳରେ ଆଜି ଅପରାହ୍ନ ସାଢ଼େ ୪ଟାରୁ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ମଧ୍ୟମ ଧରଣର ବର୍ଷା ଯୋଗୁଁ ମାଟି ଭିଜିବା ସହ କିଛି ସ୍ଥାନରେ ଜଳଭର୍ତ୍ତି ହୋଇଛି। ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ହଠାତ ବର୍ଷା ଯୋଗୁଁ ପାଗ ଥଣ୍ଡା ପଡ଼ିଛି। ଲୋକଙ୍କୁ ଶାନ୍ତି ମିଳୁଛି। ପହିଲି ରଜରେ ଏହି ବର୍ଷା ହୋଇଥିବାରୁ ଲୋକେ ଅଧିକ ଖୁସି ଦେଖାଯାଉଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ଅନ୍ୟ ଅଞ୍ଚଳରେ ଅନେକ ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବା ବେଳେ ଯାଜପୁର ଜିଲ୍ଲାରେ ଦୀର୍ଘ ଦିନ ହେଲା ଏହା ହୋଇ ନଥିଲା। ତେଣୁ ଜିଲ୍ଲାବାସୀ ଅଧିକ ଗରମ ଓ ଗୁଳୁଗୁଳିର ସାମ୍ନା କରୁଥିଲେ। ଆଜି କାଳବୈଶାଖୀ ବର୍ଷା ହୋଇଥିବାରୁ ଲୋକଙ୍କୁ ଶାନ୍ତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe