ଘରେ ଖାଉଥିବା ବେଳେ ବଜ୍ରପାତ; ଯୁବକ ମୃତ

Advertisment
ଘରେ ଖାଉଥିବା ବେଳେ ବଜ୍ରପାତ; ଯୁବକ ମୃତ

ଫୁଲନଖରା: କଟକ ସଦର ଥାନା ଅଧୀନ ସାଶୋଳ ସାମଲସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଖାଉଥିବା ବେଳେ ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘରର ସ୍କାଏଲାଇଟ୍‌ ଦେଇ ତାଙ୍କ ଉପରେ ବଜ୍ରପାତ ଘଟିଥିବା କୁହାଯାଉଛି। ମୃତକ ଜଣକ ହେଉଛନ୍ତି ଶଙ୍କରଧର ମାଝୀଙ୍କ ପୁଅ ରଞ୍ଜନ ଓରଫ କାଳିଆ ମାଝୀ(୩୫)।

ସୂଚନା ମୁତାବକ, କାଳିଆ ବମ୍ଫକୁଦସ୍ଥିତ ଏକ ସଂସ୍ଥାରେ କାମ କରନ୍ତି। ଗତକାଲି ସେ କାମସାରି ଘରେ ପହଞ୍ଚି ନିଜର ଦୁଇ ପୁଅ ଓ ୮୦ ବର୍ଷୀୟ ବାପାଙ୍କ ନିକଟରେ ବସିଥିଲେ। ପତ୍ନୀ ତାଙ୍କ ପାଇଁ ଖାଦ୍ୟ ବାଢ଼ୁଥିଲେ। ଏହି ସମୟରେ ଜୋର୍‌ରେ ବଜ୍ରପାତ ହୋଇଥିଲା। ଆଜବେଷ୍ଟସ୍‌ ଘରର କାନ୍ଥ ଫଟାଇ ଓ କୋଠାଘରର ସ୍କାଏଲାଇଟ୍‌ ଦେଇ କାଳିଆଙ୍କ ଦେହରେ ବଜ୍ରପାତ ହୋଇଥିଲା ଓ ସେ ଅଚେତ ହୋଇ ପଡିଥିଲେ। ଘର ଲୋକ ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନାକୁ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଜ୍ରପାତରେ କାଳିଆଙ୍କ ଘରର ସମସ୍ତ ବିଦ୍ୟୁତ୍‌ ସାମଗ୍ରୀ ପୋଡ଼ି ଯାଇଥିବା ବେଳେ ଦୁଇଟି ନଡିଆଗଛ ମଧ୍ୟ ପୋଡ଼ି ଯାଇଛି। କାଳିଆ ଗରିବ ପରିବାରର ହୋଇଥିବାରୁ ଓ ତାଙ୍କର ଦୁଇଟି ନାବାଳକ ସନ୍ତାନ ଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe