ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା

Advertisment
୨୪ଘଣ୍ଟା ମଧ୍ୟରେ ୮ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା; ‘ୟେଲୋଓ୍ଵାର୍ଣ୍ଣିିଂ’ ଜାରି: ୨୬ରୁ ୨୮ ପର୍ଯ୍ୟନ୍ତ ୩ ଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୪ଦିନ କାଳବୈଶାଖୀ ଓ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ବି ଜାରି କରାଯାଇଛି।

ସେହିପରି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି,ଗଞ୍ଜାମ, କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଓ ବଜ୍ରପାତ ଆଶଙ୍କା ରହିଛି। ତେବେ ଆସନ୍ତା ୪ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା, କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଟିଟିଲାଗଡ଼ରେ ୪୨ଡିଗ୍ରି ସେଲସିୟସ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ୨୩ଡିଗ୍ରି ସର୍ବନିମ୍ନ ତାପମାତ୍ରା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe