ମନ୍ତ୍ରୀ ଦାମ ରାଉତଙ୍କ ବାସଭବନ ଆଗରେ ସୁରକ୍ଷା ବଢ଼ିଲା

Advertisment

ଦାମଙ୍କ ପୋଷ୍ଟର ପୋଡ଼ିଲେ ଅଙ୍ଗନଓ୍ଵାଡ଼ି କର୍ମୀ, ରାସ୍ତାରୋକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ

ଦାମଙ୍କ ପୋଷ୍ଟର ପୋଡ଼ିଲେ ଅଙ୍ଗନଓ୍ଵାଡ଼ି କର୍ମୀ, ରାସ୍ତାରୋକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ

ମନ୍ତ୍ରୀ ଦାମ ରାଉତଙ୍କ ବାସଭବନ ଆଗରେ ସୁରକ୍ଷା ବଢ଼ିଲା

ଭୁବନେଶ୍ୱର: କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ବାସଭବନ ଆଗରେ ଶୁକ୍ରବାର ଅପରାହ୍ନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଦାମଙ୍କ ଘର ସାମ୍ନା ରାସ୍ତାରେ ପୁଲିସ ପକ୍ଷରୁ ବ୍ୟାରିକେଡ୍‌ ଲଗାଯାଇଛି। ଶିଶୁଭବନ ଛକ-କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ପୁଲିସ ଜଗି ରହିଛି। ଭବିଷ୍ୟତ ପରିସ୍ଥିତିକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି।

ମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦୀୟ ବୟାନକୁ ନେଇ ଅଙ୍ଗନଓ୍ଵାଡ଼ି କର୍ମୀମାନେ ଅପରାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଦାମଙ୍କ ପୋଷ୍ଟର ପୋଡ଼ିବା ସହିତ ରାସ୍ତାରୋକ କରିଛନ୍ତି। ଏଥି ସହିତ ବିଜେଡ଼ି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

publive-image

ଯାଜପୁର ଜିଲ୍ଲାରେ ବିଜେଡିର ଜନସଂପର୍କ ପଦଯାତ୍ରାରେ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ କିଛି ଆକ୍ଷେପ ଭରା ମନ୍ତବ୍ୟ ଦେଇ ବିବାଦ ଠିଆ କରାଇଥିଲେ। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ସଙ୍କେତ କରି ଦାମବାବୁ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ବୋଲି ମନ୍ତବ୍ୟ ଦେବା ଘଟଣା ବିଜେପିକୁ ତତେଇ ଦେଇଛି। ବିଜେପି ଗୁରୁବାର ଏହାର ପ୍ରତିିବାଦ କରି ଗର୍ଜନ ତର୍ଜନ ଆରମ୍ଭ କରିଛି। ମହିଳା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀ କରି ଦାମବାବୁଙ୍କୁ ୨୪ ଘଣ୍ଟା ମହଲତ ଦେଇଛନ୍ତି। ଅନ୍ୟଥା ସାରା ରାଜ୍ୟରେ ବିଜେପି ବିକ୍ଷୋଭ କରିବ ବୋଲି ଧମକ ଦେଇଛନ୍ତି। ଶ୍ରୀମତୀ ପରିଡ଼ା ଏକଥା ବି ଆକ୍ଷେପ କରିଛନ୍ତି ଯେ ଦାମବାବୁ ପାଗଳ ହୋଇଯାଇଛନ୍ତି।

ଅନ୍ୟପଟେ ଦାମ ବାବୁ ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସଚିବାଳୟ ପୋର୍ଟିକୋରେ ଡାକ୍ତର ରାଉତଙ୍କୁ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏ ପ୍ରସଙ୍ଗରେ ପଚାରିବାରେ ସେ ତାଙ୍କର ସବୁ ଅସନ୍ତୋଷ ଗଣମାଧ୍ୟମ ଉପରେ ଅଜାଡ଼ି ଦେଇଥିଲେ। ସେ ନିଜକୁ ଭଦ୍ର ଲୋକ ବୋଲି ବର୍ଣ୍ଣନା କରିଥିଲେ ହେଁ, ବିଜେପିର ଅଭିଯୋଗକୁ ଟାଳି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe