tied the hands and feet of the people and robbed Photograph: (sambad.in)
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗାଁରେ ଏକ ଘରେ ଚୋରମାନେ ପଶି ସୁନା ଗହଣା ଲୁଟ୍ କରିଛନ୍ତି। ସୂଚନାନୁସାରେ, ଘର ଲୋକଙ୍କୁ ବାନ୍ଧି ଚୋରମାନେ ସୁନା ଗହଣା ଲୁଟି ନେଇଛନ୍ତି।
ଘରେ ଥିବା ମହିଳା ଓ ଶିଶୁଙ୍କ ହାତଗୋଡ଼ ବାନ୍ଧି ଘରେ ଏଭଳି କାଣ୍ଡ ଲୁଟେରା ଭିଆଇଛନ୍ତି। ଘରେ କେହି ପୁରୁଷ ନଥିବା ବେଳେ ଏହି ସୁଯୋଗର ଫାଇଦା ଲୁଟେରା ଉଠାଇଛନ୍ତି।
ଅଧିକ ପଢ଼ନ୍ତୁ: ଏକାଦଶ ‘ଜଗଦୀଶ କଥା ସମ୍ମାନ’ ପାଇବେ ପବିତ୍ର ପାଣିଗ୍ରାହୀ, ସୁନନ୍ଦା ପ୍ରଧାନଙ୍କୁ ‘ଜଗଦୀଶ ଯୁବ ସମ୍ମାନ’
ଲୁଟ୍ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ମଙ୍ଗଳବାର ରାତିରେ ବିଜୟ ଭୁତିଆଙ୍କ ଘରେ ୫ରୁ ଅଧିକ ଲୁଟେରା ପଶିବା ପରେ ଘର ଲୋକଙ୍କୁ ଧମକ ଚମକ ଦେଇ ଲୁଟ୍ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବା ବେଳେ ଘରେ ଭାଇବୋହୁ ଓ ତାଙ୍କର ଛୋଟ ଛୁଆ ଥିଲେ।
ଲୁଟେରାମାନେ ଘରେ ପଶିବା ପରେ ପ୍ରଥମେ ଘର କବାଟ ଭିତରୁ ବନ୍ଦ କରିଥିଲେ । ସେମାନେ ବିଜୟଙ୍କ ଭାଇ ବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ତାଙ୍କୁ ମାଡ଼ପିଟ କରିଥିଲେ।
ଅଧିକ ପଢ଼ନ୍ତୁ: ୩୧ ବର୍ଷର ଅଚଳ ଯାନର ପ୍ରତି ମାସରେ ହେଉଛି ତେଲ ବିଲ୍
Follow Us