‘ସମ୍ବାଦ’ରେ ଖବର ପ୍ରକାଶ ପରେ ଭଞ୍ଜନଗରରେ ବୁଲିଲା ଟିଫା ମେସିନ୍

Advertisment

ମଶାଙ୍କ ଉପଦ୍ରବ ରୋକିବା ପାଇଁ ଭଞ୍ଜନଗର ଏନ୍ଏସି ପକ୍ଷରୁ ପ୍ରୟାସ ଆରମ୍ଭ

ମଶାଙ୍କ ଉପଦ୍ରବ ରୋକିବା ପାଇଁ ଭଞ୍ଜନଗର ଏନ୍ଏସି ପକ୍ଷରୁ ପ୍ରୟାସ ଆରମ୍ଭ

‘ସମ୍ବାଦ’ରେ ଖବର ପ୍ରକାଶ ପରେ ଭଞ୍ଜନଗରରେ ବୁଲିଲା ଟିଫା ମେସିନ୍

ଭଞ୍ଜନଗର: କରୋନା ମହାମାରୀର ପ୍ରାଦୁର୍ଭାବ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ସାରିଥିବା ବେଳେ ମଶାମାନଙ୍କ ଉପଦ୍ରବ ସହରବାସୀଙ୍କୁ ଅତିଷ୍ଠ କରିଦେଇଥିଲା। ଯାହା ଫଳରେ ଡେଙ୍ଗୁ ଓ ମ୍ୟାଲେରିଆ ବ୍ୟାପିବାର ଆଶଙ୍କା ଦେଖା ଦେଇଥିଲା। ଏନେଇ ସ୍ଥାନିୟ ଏନ୍ଏସି ପକ୍ଷରୁ କୌଣସି ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରଯାଉନଥିବାରୁ ଏସଂର୍ପକିତ ଖବର ଗତ ୧୬ ତାରିଖରେ ସମ୍ବାଦରେ ମଶା ଉପଦ୍ରବରେ ଅତିଷ୍ଠ ସହରବାସୀ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ଏନ୍ଏସି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଦୀର୍ଘଦିନ ହେଲା ଖରାପ ହୋଇ ଅଦରକାରୀ ଭାବେ ପଡିଥିବା ଟିଫା ମେସିନକୁ ସଜଡା ଯାଇ ଆଜି ଠାରୁ ମଶା ମାଛି ମାନଙ୍କ ବଂଶ ରୋକିବା ପାଇଁ ସହର ସାରା ଏହାକୁ ବୁଲା ଯାଇଛି ବୋଲି ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଚିନ୍ମୟ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସହରରେ ଦୀର୍ଘଦିନ ହେଲା ମଶାମାନଙ୍କ ବଂଶ ବୃଦ୍ଧି ପାଇଥିବା ବୋଳେ ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରଯାଉନଥିଲା। ମଶାମାନଙ୍କ ବଂଶ ବୃଦ୍ଧି ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଆଜି ଠାରୁ ସହରରେ ଫଗିଂ ମେସିନ୍ ସହର ମୁଖ୍ୟ ସଡକ, ବସଷ୍ଟାଣ୍ଡ, ଏନ୍ଏସି ଗଳି, ଖାଲାସି ସାହି, ପୁରୁଣା ବଜାର ସାହି ଭଳି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ବୁଲା ଯାଇଥିବା ବେଳେ ଆଗାମୀ ଦିନରେ ସହରର ସମସ୍ତ ଗଳିକନ୍ଦିରେ ନିୟମିତ ବୁଲାଯିବ ବୋଲି ଏନ୍ଏସି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ତେବେ ସହରରେ ଦୀର୍ଘଦିନ ଧରି ଜମି ରହୁଥିବା ଆର୍ବଜନା ଓ ପାଣିରେ ମଶାମାନଙ୍କ ବଂଶ ବୃଦ୍ଧି ହେଉଥିବା ବେଳେ ନର୍ଦ୍ଦମା ଗୁଡିକରେ ମଶାମାନଙ୍କୁ ସେମାନଙ୍କ ବଂଶ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ସିଧାସଳଖ ଲୋକଙ୍କଠାରୁ ଅଳିଆ ସଂଗ୍ରହ କରି ଡମ୍ପିଂୟାର୍ଡରେ ପକାଇବା ବ୍ୟବସ୍ଥା ରହିଥିଲେ ମଧ୍ୟ ରାସ୍ତାକଡରେ ଆର୍ବଜନା ଜମା ହୋଇ ରହୁଥିବାରୁ ମଶା ମାନଙ୍କ ସଂଖ୍ୟା ବୃଦ୍ଧିରେ ତାହା ସହାୟକ ହେଉଛି। ତେଣୁ ମଶା ମାନଙ୍କ ବଂଶ ବୃଦ୍ଧି ରୋକିବା ପାଇଁ ନର୍ଦ୍ଦମା ଗୁଡ଼ିକରେ ମଶାମରା ତେଲ ପକାଇବା ମଧ୍ୟ ଜରୁରୀ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe