ବାଘ ଓ ହରିଣ ଛାଲ ଜବତ, ଜଣେ ଗିରଫ

ବାଘ ଓ ହରିଣ ଛାଲ ଜବତ, ଜଣେ ଗିରଫ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡର ସାମନ୍ତିଆପଲ୍ଲୀ ବନାଞ୍ଚଳ ଅନ୍ତର୍ଗତ ତିତିଗାଁରୁ ଆଜି ବାଘ ଓ ହରିଣ ଛାଲ ସମେତ ବିଭିନ୍ନ ବନ୍ୟଜନ୍ତୁଙ୍କ ଚମଡ଼ା, ଦାନ୍ତ, ନଖ ଓ ନିଶ ଆଦି ଜବତ ହୋଇଛି। ଏଥିରେ ସମ୍ପୃକ୍ତ ବଳରାମ ସାହୁ (୩୨) ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ବେଳେ ଆଉଜଣେ ଫେରାର୍ ହୋଇଯାଇଛି।

ତିତିଗାଁର ଧୋବା ସାହୁଙ୍କ ଘରେ ବିଭିନ୍ନ ପଶୁଙ୍କ ଛାଲ ସମେତ ବିଭିନ୍ନ ଦେହାବଶେଷ ଥିବାନେଇ ବନ ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଗତକାଲି ରାତିରେ ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର, ଜରଡ଼ା ପୁଲିସ ଓ ତହସିଲଦାର ଅମିତ କୁମାର ନାୟକ ମିଳିତଭାବେ ଚଢ଼ଉ କରିଥିଲେ। ଧୋବାଙ୍କ ଘରୁ ଦୁଇଟି ଚିତାବାଘ ଛାଲ, ଗୋଟିଏ ଚିତ୍ରାହରିଣ ଛାଲ, ଦୁଇଟି ହରିଣ ଶିଙ୍ଗ, ୩୮ଟି ଝିଙ୍କକାଠି, ୭ଟି ବାର୍‌ହା ଦାନ୍ତ , ଗୋଟିଏ ବଜ୍ରକାପ୍ତା କାତି, ଚିତାବାଘ ନଖ, ହାଡ଼ ଓ ୫ଟି ଦାନ୍ତ, ମାଉସ୍ ଗୁରାଣ୍ଡି ଖୁରା ସମେତ ୮୦ ଫୁଟ ଶାଗୁଆନ୍‌ କାଠପଟା ଓ ଦୁଇଟି ଦୁ୍ଆରବନ୍ଧ ଜବତ ହୋଇଥିଲା। ଧୋବାଙ୍କ ପୁଅ ବଳରାମଙ୍କୁ ଗିରଫ କରାଯାଇଥିବା କେସ୍ ନମ୍ବର ୧/୨୨-୨୩ ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe