ରାଇରଙ୍ଗପୁର: ୬ ଗୋରୁଙ୍କୁ ଖାଇଗଲା କଲରାପତରିଆ ବାଘ!

ତିଗିରିଆରେ ବାଘ ଆତଙ୍କ: ମାରି ଖାଇଗଲା ବାଛୁରୀ

Tierpark Berlin

ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ତାଳବନ୍ଧ ଓ ମଣଦା ବନାଞ୍ଚଳ ଅଧୀନ ବଡ଼ ବାଲିଚୁଆ ଓ ଅସନଶିକଳ ଗ୍ରାମର ୬ଟି ଗୋରୁ ଅଜଣା ଜନ୍ତୁର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ ଗ୍ରାମର କନ୍ଦା ପାଳେୟା, ବୁଲୁ ବିରୁଆ, ଗମହା ପାଳେୟା, ରୁଣ୍ଡା ପାଳେୟା ଓ ଅସନସିକଳ ଗ୍ରାମର ଅଜେନ ରାମ ହେମ୍ବ୍ରମଙ୍କ ୫ଟି ଗାଈ ଓ ଗୋଟିଏ ବଳଦ ଶିମିଳିପାଳ ବନଖଣ୍ଡ ତାଳବନ୍ଧ ବନାଞ୍ଚଳ ଅଧୀନ ସଂରକ୍ଷିତ ଜଙ୍ଗଲକୁ ଚରିବା ପାଇଁ ଯାଇଥିଲେ। ହେଲେ ସଂଧ୍ୟା ପରେ ସେମାନେ ଘରକୁ ଫେରି ନ ଥିଲେ। ଫଳ‌ରେ ଗୋରୁ ମାଲିକମାନେ ଖୋଜାଖୋଜି କରିଥିଲେ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ପରେ ସେମାନେ ମଣଦା ବନରକ୍ଷୀ ସୁନୀଲ କୁମାର ମାଝୀ, ଘାଟକୁଆଳି ବିଟ୍‌ର ବନରକ୍ଷୀ ବସୁମତୀ ମହାନ୍ତ ଓ ତାଳବନ୍ଧର ବନରକ୍ଷୀ ନିର୍ମଳ କୁମାର ବେହେରାଙ୍କ ସହ ମିଶି ପୁଣି ଖୋଜାଖୋଜି କରିଥିଲେ। ଏହି ସମୟରେ ଜଙ୍ଗଲ ଭିତରେ ଗୋରୁମାନଙ୍କ ମୃତଦେହ ଠାବ ହୋଇଥିଲା। ଗୋରୁମାନଙ୍କ ଶରୀର କ୍ଷତବିକ୍ଷତ ହୋଇଥିଲା। ଅଜଣା ଜନ୍ତୁର ସେମାନେ ଶିକାର ହୋଇଥିଲେ।

ତେବେ ଉକ୍ତ ଜନ୍ତୁଟି କଲରାପତରିଆ ବାଘ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଘଟଣା ବାବଦରେ ଅଧିକ ଅନୁସନ୍ଧାନ ଜାରି ରହିଛି। ଏନେଇ ତାଳବନ୍ଧ ରେଞ୍ଜର ଶୈଳେନ୍ଦ୍ର ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା। ଯେଉଁମାନଙ୍କ ଗୋରୁ ମରିଛି, ସେମାନଙ୍କୁ ବନ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe