ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ କିଛି ଦିନ ହେଲା ବାଘ ଆତଙ୍କ ଦେଖାଦେଇଛି। ବାଘଟି କିଛି ଦିନ ହେବ ମାକରବିର୍ଲି ଗାଁରେ ବୁଲୁଥିବା ସହ ଗାଁର ୩ଟି ବାଛୁରୀକୁ ମାରି ଖାଇବାକୁ ଉଦ୍ୟମ କରିଥିବା ଲୋକେ ଅଭିଯୋଗ କରିଛନ୍ତି।
ସୂଚନାମତେ, ବୋଡ଼େନ ମାକରବିର୍ଲି ଗ୍ରାମରେ ୨ ଦିନ ହେଲା ଏକ କଲରାପତରିଆ ବାଘ ଆତଙ୍କ ଖେଳାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ମଙ୍ଗଳବାର ରାତିରେ ଗାଁର ୩ଟି ବାଛୁରୀକୁ ମାରି ଖାଇବାକୁ ଉଦ୍ୟାମ କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ହେଲେ ଭୟରେ ଲୋକେ ଘରୁ ବାହାରୁନଥିବା ଦେଖାଯାଇଛି। ଏନେଇ ଗ୍ରାମବାସୀ ବନ ବିଭାଗକୁ ମଧ୍ୟ ସୂଚନା ଦେଇଥିବା ଜଣାପଡ଼ିଛି।
Follow Us