ପାହାଡ଼ରୁ ବାଘ ମୃତଦେହ ଉଦ୍ଧାର

Advertisment

ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କଲାବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲର ବଡ଼ଖମଣ ଗାଁ ପାଖ ଇନ୍ଦିରାଗୋଠ ପାହାଡ଼ରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରିଛି ବନ ବିଭାଗ।

ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କଲାବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲର ବଡ଼ଖମଣ ଗାଁ ପାଖ ଇନ୍ଦିରାଗୋଠ ପାହାଡ଼ରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରିଛି ବନ ବିଭାଗ।

qqqeqess

ତେଲକୋଇ: ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କଲାବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ କଳାପାଟ ସଂରକ୍ଷିତ ଜଙ୍ଗଲର ବଡ଼ଖମଣ ଗାଁ ପାଖ ଇନ୍ଦିରାଗୋଠ ପାହାଡ଼ରୁ ଏକ କଲରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର କରିଛି ବନ ବିଭାଗ। ଏହା ଏକ ମାଈ କଲରାପତରିଆ ବାଘ। ତା’ର ବୟସ ଦେଢ଼ରୁ ଦୁଇବର୍ଷ ହେବ ବୋଲି ଅନୁମାନ କରାଯାଉଛି। ୨୦ରୁ ୨୫ ଦିନ ପୂର୍ବରୁ ବାଘଟିର ମୃତ୍ୟୁ ହୋଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ୍‌ଡି ଧନରାଜ ସୂଚନା ଦେଇଛନ୍ତି। 

ଗତକାଲି କଳାପାଟ ସଂରକ୍ଷିତ ଜଙ୍ଗଲରେ ୨୨ଟି ହାତୀ ଥିଲେ। ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରିବାକୁ ତେଲକୋଇ ବନ ବିଭାଗର ଏକ ସ୍କ୍ବାଡ୍‌ ଯାଇଥିଲେ। ବଡ଼ଖମଣ ଗ୍ରାମ ନିକଟ ଇନ୍ଦିରାଗୋଠ ପାହାଡ଼ରେ ବାଘର ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆଜି ସକାଳେ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କ ସହିତ ବନ୍ୟପ୍ରାଣୀ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ନମୁନା ପରୀକ୍ଷା ପରେ ଏହା ଏକ ମାଈ କଲରାପତରିଆ ବାଘ ବୋଲି ଜଣାପଡ଼ିଥିଲା। ଚମଡ଼ା ଓ ନଖ ସୁରକ୍ଷିତ ଥିବାରୁ ଏହା ଶିକାର ନୁହେଁ, ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଅଧିକ ପରୀକ୍ଷା ପାଇଁ ନମୁନାକୁ ଭୁବନେଶ୍ବରସ୍ଥିତ ଓୟୁଏଟିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ବାଘ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତବର୍ଷ ବାଘ ଗଣନା ବେଳେ କଳାପାଟ ସଂରକ୍ଷିତ ଜଙ୍ଗଲରେ ୬ଟି କଲରାପତରିଆ ବାଘ ଥିବା ଜଣାପଡ଼ିଥିଲା। ଅଧିକ ଟ୍ରାପ୍‌ କ୍ୟାମେରା ଲଗାଯାଇ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଗତିବିଧି ସମ୍ପର୍କରେ ଅନୁଧ୍ୟାନ କରାଯିବ ବୋଲି ଡିଏଫଓ ଏଚ୍‌ଡି ଧନରାଜ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe