ନୂଆପଡ଼ାରେ ୨ କଲରାପତରିଆ ଛୁଆ

Advertisment

କଣାସରେ ବାଘ ଗୁଜବ!

କଣାସରେ ବାଘ ଗୁଜବ!

ନୂଆପଡ଼ାରେ ୨ କଲରାପତରିଆ ଛୁଆ

PBase.com

ତରବୋଡ଼ : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ତରବୋଡ଼ ଗ୍ରାମରେ ୨ଟି କଲରାପତରିଆ ବାଘଛୁଆ ଦେଖାଦେବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଶନିବାର ସକାଳ ପ୍ରାୟ ୯ଟାରେ ଜଣେ ଯୁବକ ୩୫୩ ନଂ ଜାତୀୟ ରାଜପଥରେ ଏକ ବାଇକ୍‌ରେ ବଂଜାରୀରୁ ତରବୋଡ଼ ପାର୍ଶ୍ବକୁ ଆସୁଥିଲେ। ତରବୋଡ଼ ନିକଟ ତୃଣ ବିହନ ଉତ୍ପାଦନ କେନ୍ଦ୍ରର ପାଚେରି ଉପରେ ୨ଟି କଲରାପତରିଆ ବାଘ ଛୁଆ ଚାଲୁଥିବା ଦେଖିଥିଲେ। କିଛି ସମୟ ପରେ ଘଟଣାସ୍ଥଳରେ ନୂଆପଡା ବନବିଭାଗ କର୍ମଚାରୀ ଓ ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଦୂରକୁ ଚାଲିଯିବା ପାଇଁ କହିଥିଲେ। ରାତିରେ ରାସ୍ତାରେ ଗାଡ଼ି ମୋଟର ଓ ଗହଳି କମିଗଲେ ବାଘ ଜଙ୍ଗଲକୁ ପଳାଇବ ବୋଲି ବିଭାଗ କହିଛି।

କଣାସରେ ବାଘ ଗୁଜବ!
ଗଡ଼ିଶାଗୋଦା : କଣାସ ବ୍ଲକ୍‌ ଅର୍ନ୍ତଗତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ବେଲପଡ଼ା ଗ୍ରାମ ନିକଟରେ ଗତକାଲି ରାତିରେ କେତେକ ଯୁବକ ଏକ କଲରାପତରିଆ ବାଘ ଦେଖିଥିବା କହିଛନ୍ତି। ଖବର ପାଇ ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ। ଏ ସମ୍ପର୍କରେ ଖୋର୍ଦ୍ଧା ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଆନ୍‌ କହିଛନ୍ତି ଯେ ସେ ଲୋକମାନଙ୍କଠାରୁ ବାଘ ସମ୍ପର୍କରେ ଅବଗତ ହୋଇଛନ୍ତି। ମାତ୍ର ଯେଉଁ ଫଟୋଟି ମିଳିଛି, ତାହା ଏକ ବିରାଡ଼ି ପ୍ରଜାତିର ଜଙ୍ଗଲୀ ଜୀବ। ତେଣୁ ଲୋକେ ଆତଙ୍କିତ ହେବା ଆବଶ୍ୟକ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe