ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ନିକଟ ଗୋଳାବାରୁଦ କାରଖାନା ଅଞ୍ଚଳରେ ପୁଣି ବାଘ ଆତଙ୍କ

Advertisment
ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ନିକଟ ଗୋଳାବାରୁଦ କାରଖାନା ଅଞ୍ଚଳରେ ପୁଣି ବାଘ ଆତଙ୍କ

ସଇଁନ୍ତଲା : ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ନିକଟ ଗୋଳାବାରୁଦ କାରଖାନାର କର୍ମଚାରୀ ରହୁଥିବା ଅଂଚଳରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ରବିବାର ବାଘ ବୁଲୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି।

publive-image wallpaperscraft.com

ସୂଚନା ଅନୁଯାୟୀ ଗୋଳାବାରୁଦ କାରଖାନା ଅଂଚଳରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ବହୁ ପ୍ରକାରର ବନ୍ୟ ପ୍ରାଣୀ ରହୁଛନ୍ତି। ରବିବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ କାରଖାନାର କର୍ମଚାରୀମାନେ ରହୁଥିବା ଅଂଚଳରେ ବୁଲୁଥିବା ଦୃଶ୍ୟର ଭିଡିଓ କୌଣସି କର୍ମଚାରୀ ଉଠାଇ ଭାଇରାଲ କରିଥିବା ଜଣାପଡ଼ିଥିଲା। ଫଳରେ ଉକ୍ତ ଅଞ୍ଚଳରେ ରହୁଥିବା କର୍ମଚାରୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ସେମାନେ ଆଉ ଘରୁ ପଦାକୁ ବାହାରୁ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, କିଛିମାସ ପୂର୍ବରୁ କାରଖାନା ପରିସରରେ ଏକ କଲାରାପତରିଆ ବାଘର ମୃତଦେହ ମିଳିଥିଲା। ତେବେ ଏହି ବାଘର କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ତାହା ଏବେ ବି ରହସ୍ୟ ଘେରରେ ରହିଛି। ବନ ବିଭାଗ ତୁରନ୍ତ ଏହାକୁ ଧରି ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ କାରଖାନା ପରିସରରେ ବସବାସ କରୁଥିବା କର୍ମଚାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe