ଚହଟାଖୋଲରେ ପୁଣି ବାଘ ଆତଙ୍କ

Advertisment

ଗାଈ ଓ ଛେଳି ମାରିଦେଲା

ଗାଈ ଓ ଛେଳି ମାରିଦେଲା

ଚହଟାଖୋଲରେ ପୁଣି ବାଘ ଆତଙ୍କ

ଲଚ୍ଛିପୁର : ସୋନପୁର ବ୍ଲକ୍‌ ଛକୋରମାଲ ପଞ୍ଚାୟତ ଚହଟାଖୋଲ ଦଲଦଲି ଜଙ୍ଗଲରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ଏହି ଗାଁର ଅଚ୍ୟୁତ ମେଲ୍ଲୀଙ୍କ ଏକ ଗାଈ ଓ ଈଶ୍ୱର ମେଲ୍ଲୀଙ୍କ ଏକ ଛେଳି ମାରି ଦେଇଥିବା ଜଣାଯାଇଛି। ଏନେଇ ଆଖପାଖ ୩ଟି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

publive-imageଏନେଇ ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ବାଘ ଆକ୍ରମଣ ସଂପର୍କରେ ଫରେଷ୍ଟ ଅଫିସ ଓ ପୁଲିସ ଫାଣ୍ଡିରେ ଅଭିଯୋଗ କରାଗଲେ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ବନ ବିଭାଗ ବାଘର ଗତିବିଧି ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe