୧୮ ଦିନ ହେଲା ମାତିଛି ବାଘ: ଆଉ ଏକ ବାଛୁରୀକୁ ଖାଇଲା

୧୮ ଦିନ ହେଲା ମାତିଛି ବାଘ: ଆଉ ଏକ ବାଛୁରୀକୁ ଖାଇଲା

Image Courtesy of Times of India

ନୂଆପଡ଼ା : ନୂଆପଡ଼ା ସଦର ବ୍ଲକ୍‌ ଅଞ୍ଚଳରେ ମାତିଛି ରକ୍ତମୁଖା ବାଘ। ଆମାନେରା ପଞ୍ଚାୟତ ଅଞ୍ଚଳରେ ବାଘଟି ଆଜିକୁ ୧୮ ଦିନ ହେଲା ଆତଙ୍କ ଜାରିରଖିଛି। ପୂର୍ବରୁ ଗୋଟିଏ ବଳଦ, ଗୋଟିଏ ମଇଁଷି ଓ ୨ଟି ବାଛୁରୀକୁ ମାରି ଦେଇଥିବା ବେଳେ ବୁଧବାର ରାତିରେ ନୂଆପଡ଼ା ରେଞ୍ଜ ଆମାନେରା ପଞ୍ଚାୟତର ଆମାନେରା ଓ ମହରଡ଼ିହି ଗାଁ ମଝି ଏକ ଜମିରେ ଆଉ ଏକ ମାଈ ବାଛୁରୀକୁ ମାରିଖାଇଛି।

ଫରେଷ୍ଟର ଚୁଡ଼ାନାଥ ସରାଫ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମାଈ ବାଛୁରୀର ପେଟକୁ ବାଘ ଖାଇଥିବା ବେଳେ ପାଖରେ ବାଘର ପାଦଚିହ୍ନ ରହିଥିବା ଦେଖିବାକୁ ମିଳିଛି। ବାଛୁରୀକୁ ଏକ କଲରାପତରିଆ ବାଘ ମାରିଥିବା ଫରେଷ୍ଟର ପ୍ରକାଶ କରିଛନ୍ତି।

ତେବେ ଦିନକୁ ଦିନ ବାଘ ଆତଙ୍କ ବଢ଼ିବାରେ ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଲୋକଙ୍କ ଜୀବନଜୀବିକା ସବୁ ଠପ୍ ହୋଇଯାଇଥିବାରୁ ବହୁ ଦୁଃଖକଷ୍ଟରେ ଜୀବନ ବିତାଉଥିବା ଦେଖାଯାଉଛି। ତେବେ ବିଭାଗ ପକ୍ଷରୁ ସନ୍ଧ୍ୟା ହେଲେ ଲୋକଙ୍କୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଜଳମ‌ଡ଼େଇ ଗ୍ରାମର ଜଣେ ବୃଦ୍ଧାଙ୍କୁ ମଧ୍ୟ ବାଘ ମାରିଖାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe