କୁଶଙ୍ଗ ରେଞ୍ଜରେ ବାଘର ମୃତ୍ୟୁ, ମୃତ୍ୟୁ କାରଣ ନେଇ ସନ୍ଦେହରେ ବନବିଭାଗ

Advertisment
କୁଶଙ୍ଗ ରେଞ୍ଜରେ ବାଘର ମୃତ୍ୟୁ, ମୃତ୍ୟୁ କାରଣ ନେଇ ସନ୍ଦେହରେ ବନବିଭାଗ

wallpaperscraft.com

ବୌଦ୍ଧ/ହରଭଙ୍ଗା : ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଡିଭିଜନ ଅଧୀନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ଅଭୟାରଣ୍ୟରେ ସନ୍ଦେହଜନକ ଭାବେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଗତ ଶନିବାର ଅପରାହ୍‌ଣ ୪ଟା ପୂର୍ବରୁ ସଂରକ୍ଷିତ ଜଙ୍ଗଲ ଲେଦରାକେନ୍ଦୁ ବିଟ୍‌ଠାରେ ବାଘଟି ମରିଥିବା ଜଣାପଡ଼ିଛି। ରବିବାର ଆର୍‌ସିସିଏଫ୍‌ ବି. କାରାଟ୍ଟା, ନୟାଗଡ଼ ଡିଭିଜନ ଡିଏଫ୍ଓ ହର୍ଷବର୍ଦ୍ଧନ ଉଦ୍‌ଗାତା, ସାତକୋଶିଆ ଡିଏଫ୍‌ଓ ପି. ରାମସ୍ବାମୀଙ୍କ ସମେତ କୁଶଙ୍ଗ ରେଞ୍ଜ ଅଧିକାରୀ ଅଶୋକ ଦାଶ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ। ବୌଦ୍ଧ ପ୍ରାଣୀ ଚିକିତ୍ସା ବିଭାଗ ଉପନିର୍ଦେଶକ ହୃଷୀକେଶ ବେହେରା ଏବଂ ପ୍ରିୟବ୍ରତ ବେହେରା ପହଞ୍ଚିବା ପରେ ଘଟଣାସ୍ଥଳରେ ବାଘର ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତ ବାଘର ବୟସ ୩ ବର୍ଷ ୬ମାସ ଥିଲା। ତାର ବାମଗୋଡ଼ ମଣିବନ୍ଧରେ ଆଘାତ ଯୋଗୁଁ ସେପ୍‌ଟିସେମିଆ ହୋଇଥିଲା। ଫଳରେ ବାଘଟି ଦୁର୍ବଳ ହୋଇପଡ଼ିଥିଲା। ଶନିବାର ଦ୍ବିପ୍ରହରରେ କୁଶଙ୍ଗ ରେଂଜସ୍ଥିତ ତାଲିମକେନ୍ଦ୍ର ଠାରୁ ପ୍ରାୟ ୨ ଶହ ମିଟର ଦୂରରେ ବାଘଟି ଆସୁସ୍ଥ ଅବସ୍ଥାରେ ଦେଖାଯାଇଥିଲା। ରେଂଜ ଅଧିକ‌ାରୀଙ୍କୁ ଖବର ଦିଆଯିବା ପରେ ବାଘଟିକୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଇଥିଲା। ବାମଣ୍ଡାରୁ ଯନ୍ତା ଅଣାଯିବାକୁ ପଠାଯାଇଥିବା ବେଳେ ବାଘଟିର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାଘ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।

publive-image

ଅପରପକ୍ଷେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାଘଟି ଗତ କିଛି ଦିନରୁ ଗୁରୁତର ଆହତ ହୋଇ ପଡ଼ିଥିଲା। ସୂଚନା ପାଇବା ସତ୍ତ୍ବେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହେଉଛି। ଆବଶ୍ୟକ ଚିକିତ୍ସା ଅଭାବରୁ ବାଘଟିର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ବାଘର ଶବ ବ୍ୟବଚ୍ଛେଦ ବୌଦ୍ଧରୁ ୨ ପ୍ରାଣୀ ଚିକିତ୍ସକଙ୍କୁ ନେଇ କରାଯିବା ଘଟଣାlj ବନ୍ୟପ୍ରାଣୀ ବିଭାଗ ପ୍ରକୃତ ସତ୍ୟକୁ ଲୁଚାଇବାକୁ ଉଦ୍ୟମ କରୁଥିବା ପ୍ରାଣୀ ତଥା ପରିବେଶବିତ ସନ୍ତୋଷ ସାହୁ ପ୍ରଶ୍ନ ଉଠାଇଛନ୍ତି। ବାଘ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe