ବିଆରପିଏଲ୍‌ କାରଖାନା ପରିସରରେ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ପକ୍ଷରୁ ତନାଘନା

Advertisment
ବିଆରପିଏଲ୍‌ କାରଖାନା ପରିସରରେ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ପକ୍ଷରୁ ତନାଘନା

ଦାନଗଦୀ/କାଳିଆପାଣି : କଟକ ବନଖଣ୍ଡ ଟମକା ରେଞ୍ଜ୍ ଡୁବୁରି ସେକ୍ସନ ଅନ୍ତର୍ଗତ ବିଆରପିଏଲ୍‌ କାରଖାନା ପରିସର ଜଙ୍ଗଲିଆ ପରିବେଶରେ ବାଘ ବିଚରଣ କରୁଥିବାର ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ତେବେ ସତ୍ୟାସତ୍ୟକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି। ବନ ବିଭାଗ ପକ୍ଷରୁ ରେଞ୍ଜର ବଳରାମ ସାହୁଙ୍କ ନେତୃତ୍ବରେ ୧୫ ଜଣିଆ ବନ ବିଭାଗ ଟିମ୍ କାରଖାନା ପରିସରରେ ଡେରା ପକାଇଥିବା ସୂଚନା ମିଳିଛି।

ଏକାଧିକ ସିସି ଟିଭିରୁ ଉତ୍ତୋଳିତ ଭିଡିଓ ଆଧାରରେ ଏହା ଏକ ବଡ଼ ବଣ ବିରାଡ଼ି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ପ୍ରସଙ୍ଗକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ଓ ଏସିଏଫ୍‌ ସୌଭାଗ୍ୟ କୁମାର ସାହୁ ଉତ୍ତୋଳିତ ଭିଡିଓକୁ ନେଇ ତର୍ଜମା କରୁଥିବା ଜଣାପଡ଼ିଛି। ଆସନ୍ତାକାଲି ଏ ପ୍ରସଙ୍ଗରେ ସ୍ପଷ୍ଟ ସୂଚନା ମିଳିବ ବୋଲି ରେଞ୍ଜର ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe