ସତ୍ୟବାଦୀରେ ବାଘ!

ସତ୍ୟବାଦୀରେ ବାଘ!

ସାକ୍ଷୀଗୋପାଳ/ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ ଆଜି ବାଘ ଆତଙ୍କ ଦେଖାଦେଇଛି। ସତ୍ୟବାଦୀ ଥାନା ଦାସବିଦ୍ୟାଧରପୁର ପଞ୍ଚାୟତ ପକ୍ଷୀମୁଣ୍ଡ ଯୋଗଣିଆ ଶଙ୍ଖ ଗହୀରରେ ଏକ ବାଘ ଯାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରୁ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାଘ ଆତଙ୍କ ସଂପର୍କିତ ଅଭିଯୋଗ ପହଞ୍ଚିବା ପରେ ପୁରୀ ବନଖଣ୍ଡ ଅଧିକାରୀ ବିବେକ କୁମାର ବନବିଭାଗର ଏକ ଟିମ୍‌କୁ ଘଟଣାର ଅନୁସନ୍ଧାନ ପାଇଁ ପଠାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଆଜି ସାକ୍ଷୀଗୋପାଳ-ଇନ୍ଦିପୁର ରାସ୍ତାରେ ଯାଉଥିବା ୨ଜଣ ବାଇକ୍‌ ଆରୋହୀ ଯୋଗଣିଆ ଶଙ୍ଖ ଗହୀର ଧାନ ବିଲ ଭିତରେ ଏକ ବାଘ ଯାଉଥିବାର ଦେଖିଥିଲେ।

ଦୁଇଜଣ ଏ ସମ୍ପର୍କରେ ପକ୍ଷୀମୁଣ୍ଡ ଗାଁ ଲୋକଙ୍କୁ ଜଣାଇବା ପରେ ଗ୍ରାମବାସୀ ରୁଣ୍ଡ ହୋଇଯାଇଥିଲେ। ପରେ ବାଘଟି ଧୀରେ ଧୀରେ ଧାନ ବିଲ ହିଡ଼ରେ ନିକଟସ୍ଥ କୁଞ୍ଜର ଜାମୁଦଣ୍ଡା ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ବୋଲି ଗାଁ ଲୋକେ କହିଛନ୍ତି। ତିନି ମାସ ତଳେ ବି ଏହି ଗହୀରରେ ଏକ ବାଘ ଯାଉଥିବା ଗ୍ରାମବାସୀ ଦେଖିଥିଲେ ବୋଲି କହିଛନ୍ତି। ପୁରୀ ବନଖଣ୍ଡ ଅଧିକାରୀ ଶ୍ରୀ କୁମାର କହିଛନ୍ତି, ଏହା ବାଘ କି ଅନ୍ୟ କିଛି ଜନ୍ତୁ ଜଣାପଡ଼ିନି। ଏହି ଅଞ୍ଚଳରେ ବାଘ ରହିବା କି ଚଳପ୍ରଚଳ କରିବା ନଜିର ନ ଥିବାରୁ ଆମେ ବଣଭୁଆ ଅବା ଅନ୍ୟ କିଛି ଜନ୍ତୁ ବୋଲି ଅନୁମାନ କରୁଛୁ। ତଥାପି ଏକ ଟିମ୍‌କୁ ଏହାର ଅନୁସନ୍ଧାନ ପାଇଁ ପଠାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe