ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଧୀନ କୋମନା ଥାନା ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ମହାବଳ ବାଘ ଘରୁ ଟାଣି ନେଇ ଖାଇ ଯାଇଥିବା ସୂଚନା ମିଳିଛି। ବୃଦ୍ଧାଙ୍କ ନାଁ ସାନମତି ବାରିକ(୬୫) ବୋଲି ଜଣା ପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଳମଡେଇ ଗାଁର ସାନମତି ଘର ପଛପଟ ବାରିକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଏକ ମହାବଳ ବାଘ ଆସି ବୃଦ୍ଧାଙ୍କୁ ଟାଣି ନେଇ ଖାଇ ଯାଇଥିଲା। ବିଳମ୍ବ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ପତ୍ତା ମିଳିନଥିଲା। ଆଜି ସକାଳୁ ଜଙ୍ଗଲ ଭିତରେ ବୃଦ୍ଧାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ବୃଦ୍ଧାଙ୍କର ରକ୍ତକୁ ଶୋଷି ଦେବା ସହ ଅଧା ଶରୀରକୁ ବାଘ ଖାଇ ଯାଇଛି। ଏହା ମହାବଳ ବାଘର କାମ ହୋଇଥିବା ଅନୁମାନ କରୁଛୁ ବୋଲି ସୁନାବେଡ଼ା ବନ୍ୟା ପ୍ରାଣୀ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।
ବୃଦ୍ଧାଙ୍କୁ ଟାଣି ନେଇ ଖାଇଗଲା ମହାବଳ ବାଘ: ଜାଳେଣି କାଠ ଆଣିବାକୁ ଯାଇଥିଲେ ମୃତକ
Advertisment
Follow Us