ସାତକୋଶିଆରେ ମହାବଳ ‘ମହାବୀର’ର ମୃତ୍ୟୁ, କାରଣ ଅସ୍ପଷ୍ଟ

ବୌଦ୍ଧ ସନ୍ନ୍ୟାସୀଙ୍କୁ ବାଘ ଖାଇଗଲା

ଅନୁଗୁଳ : ସାତକୋଶିଆରେ ମହାବଳ ବଂଶ ବୃଦ୍ଧି ପାଇଁ କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାତକୋଶିଆର କୋର୍‌ ଏରିଆରେ ମୁକ୍ତ ଭାବେ ବିଚରଣ କରୁଥିଲା ମହାବଳ ‘ମହାବୀର’। ଆଜି ମହାବୀରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମହାବଳ ‘ମହାବୀର’ର ମୃତ୍ୟୁ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପକ୍ଷରୁ ଏଯାଏଁ ସ୍ପଷ୍ଟୀକରଣ ମଧ୍ୟ ମିଳିନାହିଁ। ଆସନ୍ତାକାଲି ବାଘର ଶବ ବ୍ୟବଚ୍ଛେଦ ହେବା ପରେ ଏହା ଉପରୁ ପରଦା ହଟିବ ।

ସୂଚନାଯୋଗ୍ୟ ଯେ, ବାଘ ବଂଶ ବୃଦ୍ଧି ପାଇଁ କାହ୍ୱା ଅଭୟାରଣ୍ୟରୁ ମହାବୀରକୁ ସାତକୋଶିଆକୁ ଅଣାଯାଇଥିଲା । ସାତକୋଶିଆର କୋର ଏରିଆରେ ରହୁଥିଲା ମହାବଳ ମହାବୀର। ଏପରିକି ବାଘର ପ୍ରତିଟି ଗତିବିଧି ଉପରେ ନଜର ରଖିବା ପାଇଁ ମହାବୀର ଦେହରେ ରେଡିଓ କଲାର ଲଗାଯାଇଥିଲା । ତେବେ ଏହା ସ୍ଥିର ହୋଇଯିବାରୁ ବାଘର ମୃତ୍ୟୁ ହୋଇଥିବା ସନ୍ଦେହ ହୋଇଥିଲା । ଏପରିକି ମହାବୀର ହରିଣ ଶିକାର କରାଯାଉଥିବା ଜାଲରେ ପଡିଥିବା ସୂଚନା ମିଳିଛି ।

ଗୋଟିଏ ପଟେ ବନବିଭାଗ ବାଘ ବଂଶ ବୃଦ୍ଧି କରିବା ପାଇଁ ସାତକୋଶିଆରେ ବାଘ ଛାଡିଥିଲା । କିନ୍ତୁ ମହାବୀରର ମୃତ୍ୟୁ ପରେ ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି । କାରଣ ଆଗକୁ ଆହୁରି ୪ଟି ବାଘକୁ ଆଣିବାକୁ ଯୋଜନା କରିଥିଲା ବନବିଭାଗ । ତେଣୁ ବନବିଭାଗର ଏହି ଯୋଜନା ମଧ୍ୟ ଫସର ଫାଟି ଯାଇପାରେ । ପୂର୍ବରୁ ସାତକୋଶିଆରେ ମଧ୍ୟ ଅନେକ ବାଘ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe