ସାତକୋଶିଆ ଜଙ୍ଗଲରେ ଛଡ଼ାଗଲା ମଧ୍ୟପ୍ରଦେଶରୁ ଆସିଥିବା ବାଘ

Advertisment
ସାତକୋଶିଆ ଜଙ୍ଗଲରେ ଛଡ଼ାଗଲା ମଧ୍ୟପ୍ରଦେଶରୁ ଆସିଥିବା ବାଘ

ଅନୁଗୁଳ: ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ବାଘ ‘ମହାବୀର’କୁ ଶୁକ୍ରବାର ସାତକୋଶିଆ ଜଙ୍ଗଲରେ ଛଡ଼ାଯାଇଛି। ମଧ୍ୟପ୍ରଦେଶରୁ ବାଘକୁ ଅଣାଯିବା ପରେ ଏହାକୁ ଗତ ଜୁନ ୨୧ରୁ ଏକ ଏନକ୍ଲୋଜରରେ ରଖାଯାଇଥିଲା। ସେହିଦନି ଠାରୁ ବାଘ ରହୁଥିବା ଏନ୍‌କ୍ଲୋଜର ଉପରେ ନଜର ରଖାଯାଇଥିଲା।

ସୂତ୍ର ମୁତାବକ, ଟ୍ରାଙ୍କୁଲାଇଜିଂ ସମୟରେ ବାଘ, ବାଘୁଣୀଙ୍କ ବେକରେ ଯେଉଁ କଳା ରଙ୍ଗର ରେଡ଼ିଓ କଲର ଖଞ୍ଜା ଯାଇଛି, ତା’ ଦ୍ୱାରା ମହାକାଶରୁ ସେମାନଙ୍କ ଉପରେ ନଜର ରଖାଯିବ। ଜଙ୍ଗଲରେ ବି ଉଭୟ ଜନ୍ତୁଙ୍କୁ ୨୪ଘଣ୍ଟିଆ ସୁରକ୍ଷା ଦିଆଯିବ। ମହାବଳଙ୍କୁ ଗୋଡ଼େ ଗୋଡ଼େ ଜଗିବା ପାଇଁ ତିନୋଟି ସ୍ୱତନ୍ତ୍ର ଟିମ୍‌ ଗଢ଼ାଯାଇଛି। ପ୍ରତି ଟିମ୍‌ ୮ଘଣ୍ଟା ଜଗିବେ। ବନ କର୍ମଚାରୀମାନେ ମହାବଳକୁ ଘଞ୍ଚ ଜଙ୍ଗଲରେ ଠାବ କରିବା ପାଇଁ ପ୍ରତ୍ୟେକ ଟିମ୍‌ ହାତରେ ଗୋଟିଏ ଗୋଟିଏ ଆଣ୍ଟିନା ଯୋଗାଇ ଦିଆଯିବ। ସାଟେଲାଇଟ୍‌ ସହିତ ଆଣ୍ଟିନାକୁ ଯୋଡ଼ା ଯିବ। ଏହି ଆଣ୍ଟିନା ଜରିଆରେ ହିଁ ମହାବଳର ସିଗ୍‌ନାଲ ବନ କର୍ମଚାରୀଙ୍କୁ ମିଳି ପାରିବ ବୋଲି ଜଣେ ବରିଷ୍ଠ ବନ କର୍ମଚାରୀ କହିଛନ୍ତି। କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ଦେବା ପାଇଁ ପ୍ରତ୍ୟେକ ଟିମ୍‌କୁ ଭିଏଚ୍‌ଏଫ୍‌ ମଧ୍ୟ ଯୋଗାଇ ଦିଆଯିବ। ମହାବଳ ଯେଉଁ ଇଲାକାରେ ରହିବ, ଠିକ୍‌ ତା’ର ୩/୪କିଲୋମିଟର ଦୂରରେ ବନ କର୍ମଚାରୀମାନେ ରହି ତୀକ୍ଷ୍ମ ନଜର ରଖିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe