ରାୟଗଡ଼ାରେ ବୁଲୁଛି ବାଘ; ଟେର ପାଉନି ବନ ବିଭାଗ, ଲୋକେ ଆତଙ୍କିତ

Advertisment
ରାୟଗଡ଼ାରେ ବୁଲୁଛି ବାଘ; ଟେର ପାଉନି ବନ ବିଭାଗ, ଲୋକେ ଆତଙ୍କିତ

ରାୟଗଡ଼ା: ରାୟଗଡା ଜିଲ୍ଲାରେ ଏବେ ମହାବଳ ବାଘର ଆତଙ୍କ। ବାଘ କେତେବେଳେ ମୁନିଗୁଡା ରେଂଜରେ ବୁଲୁଥିବା ଲୋକେ ଦେଖିଥିବା ବେଳେ କେତେବେଳେ ପଦ୍ମପୁର ରେଂଜତ କେତେବେଳେ ଗୁଡାରି ରେଂଜରେ ବୁଲୁଥିବା ଲୋକେ ସଂଦେହ କରି ବନ ବିଭାଗକୁ ସୂଚନା ଦେଉଛନ୍ତି। ଏବେ ବାଘ ବୁଲି ବୁଲି ଆସି ଗୁଡାରୀ ରେଂଜର ଚାଲିପଡା ବିଟ୍ ଅଂଚଳରେ ରହିଥିବା ବନ ବିଭାଗ ସଂଦେହ କରୁଛି। ଗତ ଦୁଇ ଦିନ ଧରି ବନ ବିଭାଗର ଏସିଏଫ ସଂଦୀପ ପୃଷ୍ଟି, ଗୁଡାରି ବନ ଅଧିକାରୀ ଦିଲିପ ପଟନାୟକ, ମୁନିଗୁଡା ବନ ଅଧିକାରୀ ଅନିର କୁମା ବାଲା ସମେତ ବନ କର୍ମଚାରୀମାନେ ବାଘକୁ ଖୋଜିବାକୁ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବନ ବିଭାଗ ବାଘର ଟେର ପାଇପାରୁ ନାହିଁ।

ଏପଟେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଚାଲିପଡା ବିଟ ଅଂଚଳରେ ବାଘ ବୁଲୁଥିବା ଗ୍ରାମବାସୀ ବାଘର ପାଦ ଚିହ୍ନ ଦେଖି ସଂଦେହ କରୁଛନ୍ତି। ବନ ବିଭାଗର ସିସିଟିଭି କ୍ୟାମେରାରେ ଆଜି ପର୍ଯ୍ୟନ୍ତ ବାଘର କୌଣସି ଛାଇ ମଧ୍ୟ ପଡିଲା ନାହିଁ। ବାଘ କିଛି ଦିନ ହେଲା କୌଣସି ଗୃହପାଳିତ ପଶୁକୁ ଟାର୍ଗେଟ କରିନାହିଁ। ତେବେ ଜଂଗଲରେ ହିଁ ଜଂଗଲିଜନ୍ତୁଙ୍କୁ ଟାର୍ଗେଟ କରି ଖାଉଥିବା ବନ ବିଭାଗ ଅଧିକାରୀମାନେ ସଂଦେହ ପ୍ରକାଶ କରିଛନ୍ତି।

publive-image

ଅନ୍ୟଦିଗରେ ଏହି ଚାଲାପାଡି ବିଟରେ ରହିଥିବା ଗ୍ରାମଗୁଡିକର ଲୋକେ ଆତଙ୍କିତ ହୋଇପଡିଛନ୍ତି। ଲୋକେ ଦିନରେ ମଧ୍ୟ ଘରୁ ପଦାକୁ ବାହାରିବା ମୁସକିଲ ହୋଇପଡିଛି।ଗୋଟିଏ ପଟେ ବାଘର ଦେଖା ମିଳୁନଥିବା ବେଳେ ବନ ବିଭାଗ ଏବଂ ଗ୍ରାମବାସୀ ହରଡଘଣାରେ ପଡିଛନ୍ତି। ଗ୍ରାମବାସୀ ଜଂଗଲ ଭିତରକୁ ଯାଇ ପାରୁନାହାନ୍ତି। ଗୁଡାରି ରେଂଜଟି ବିରାଟ ଜଂଗଲ ହୋଇଥିବା ବେଳେ ସେହି ଜଂଗଲରେ ବାଘ ଘୁରି ବୁଲୁଥିବା ଆଶଂକା କରାଯାଉଛି। ବନ ବିଭାଗ ମଧ୍ୟ ଗତ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ହେଲା ବାଘକୁ ଖୋଜିବାରେ ନୟାନ୍ତ ହୋଇସାରିଲାଣି।ବାଘ ଆହୁରି କେତେ ଦିନ ଲୁଚକାଳି ଖେଳିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe