ରାୟଗଡ଼ାରେ ବାଘ ଆତଙ୍କ: ବନ ଅଧିକାରୀ କହିଲେ- ଦିନକୁ ୨୦ କିମି ଅଞ୍ଚଳରେ ବୁଲୁଛି ମହାବଳ

Advertisment

ଲୋକଙ୍କ ମନରେ ଭୟ, ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗର ପରାମର୍ଶ

ଲୋକଙ୍କ ମନରେ ଭୟ, ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗର ପରାମର୍ଶ

ରାୟଗଡ଼ାରେ ବାଘ ଆତଙ୍କ: ବନ ଅଧିକାରୀ କହିଲେ- ଦିନକୁ ୨୦ କିମି ଅଞ୍ଚଳରେ ବୁଲୁଛି ମହାବଳ

ରାୟଗଡା: ଜିଲ୍ଲାର ଗୁଡାରି ଅଂଚଳରେ ଗତ ଚାରି ଦିନ ହେଲା ବାଘ ଆତଙ୍କ ଜାରି ରହିଛି। ବନ ବିଭାଗ କର୍ମଚାରୀ ମଧ୍ୟ ବାଘକୁ ଠାବ କରିବା ପାଇଁ ଦୁଇ ତିନୋଟି ଟିମ୍‌ ଗଠନ କରିଛନ୍ତି। ବନ ଅଧିକାରୀ ଦିଲୀପ ପଟ୍ଟନାୟକଙ୍କ ନେତୃତ୍ବରେ ବାଘର ପାଦ ଚିହ୍ନ ଠାବ ହେଉଛି ସିନା ଜୀବନ୍ତ ବାଘକୁ ଆଜି ପର୍ଯ୍ୟନ୍ତ କେହି ଦେଖିପାରି ନାହାନ୍ତି। ଗତକାଲି ଉର୍ଲୁକୋଣା ଅଂଚଳରେ ବାଘ ବୁଲୁଥିବା ବନ ବିଭାଗ ଜାଣିବା ପରେ ସେହି ଅଂଚଳରେ ବାଘର ପାଦ ଚିହ୍ନ ଦେଖି ସ୍ପଷ୍ଟ ହୋଇଥିଲେ। ଆଜି ବାଘ ଖେତାଗୁଡା ଅଂଚଳକୁ ଚାଲିଆସିଥିବା ବନ ବିଭାଗ ଜାଣିବା ପରେ ସେହି ଅଂଚଳରେ ଦୁଇଟି ଟିମ୍‌ କରି ଯାଞ୍ଚ ଆରମ୍ଭ କରିଛନ୍ତି।

ଖେତାଗୁଡା ଅଂଚଳରେ ମଧ୍ୟ ବାଘର ପାଦ ଚିହ୍ନ ପ୍ରାୟତଃ ସବୁ ସ୍ଥାନରୁ ମିଳୁଛି। ବାଘ ପ୍ରତିଦିନ ପ୍ରାୟ ୨୦ କିଲୋମିଟର ଅତିକ୍ରମ କରୁଥିବା ରେଂଜର ଦିଲୀପ ପଟ୍ଟନାୟକ ପ୍ରକାଶ କରିଛନ୍ତି। ତେଣୁ ବାଘକୁ ଠାବ କରିବା ମୁସକିଲ ହେଉଛି। ଦିନରେ ଜଂଗଲରେ ଲୁଚିଯାଉଥିବାରୁ ବାଘକୁ ଦେଖିବା ଆହୁରି ଅଧିକା କଷ୍ଟ ହେଉଛି। ରାତିରେ ଖୋଜିବା ମଧ୍ୟ ବିପଦକୁ ଡାକିବା ଭଳି ଆଶଙ୍କା ରହୁଛି। କୌଣସି ମୁହର୍ତ୍ତରେ ବାଘ ଆକ୍ରମଣ କରିବାର ଭୟ ରହିଛି। ଉର୍ଲୁକୋଣା ଓ ଖେତାଗୁଡା ଅଂଚଳରେ ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି। ଲୋକଙ୍କୁ ରାତିରେ ବାହାରକୁ ନବାହାରିବା ସହ ଦିନରେ ମଧ୍ୟ ଜଂଗଲ ଭିତରକୁ ନଯିବା ପାଇଁ ଚେତାବନୀ ଦିଆଯାଇଛି। ବାଘ ଖାଦ୍ୟ ଅନ୍ବେଷଣରେ ରାତିରେ ବୁଲୁଛି।

publive-image

ଜଂଗଲରେ ରାତିରେ ଜୀବଜନ୍ତୁ ମିଳୁନଥିବାରୁ ଗାଁ ମୁହାଁ ହେଉଛି। ବାଘ ବୁଲୁଥିବା ଅଂଚଳର ଲୋକେ ନିଜର ଗୃହପାଳିତ ପଶୁଙ୍କୁ ଘର ଭିତରେ ବାନ୍ଧି ରଖୁଥିବା ଦେଖିବାକୁ ମିଳିଛି। ଲୋକେ ଆତଙ୍କିତ ହୋଇପଡିଛନ୍ତି। ପିଲାମାନେ ସ୍କୁଲକୁ ଯିବାକୁ ମଧ୍ୟ ଭୟ କଲେଣି। ବାଘ ମଇଁଷି, ଗାଈ, ବାଛୁରୀ ଖାଇ ନିଜର ଉପସ୍ଥିତି ଜାହିର କରିସାରିଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଉଥିବାରୁ ବାଘ ପ୍ରକୃତରେ କେଉଁ ସ୍ଥାନରେ ରହୁଛି ଏବଂ କେଉଁ ଗାଁକୁ ରାତିରେ ଟାର୍ଗେଟ କରିବ କହିବା ମୁସକିଲ ବୋଲି ବନ ବିଭାଗ କହିଛି। ତେଣୁ ବାଘକୁ ଠାବ କରିବା ମୁସକିଲ ହେଉଛି। କ୍ୟାମେରା ମଧ୍ୟ କେଉଁ ଜାଗାରେ ଲଗାଇବେ ବନ ବିଭାଗ ଜାଣିପାରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe