ଅମ୍ବାଭୋନା : ନିକଟ ଅତୀତରେ ବାଘ ଗଣନା ନେଇ ସର୍ବେକ୍ଷଣ ଶେଷ ହୋଇଥିବା ବେଳେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ବାରପାହାଡ଼ ଓ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘର ପାଦଚିହ୍ନ ଠାବ କରାଯାଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଓ ବରଗଡ଼ ଜିଲ୍ଲା ବନ ବିଭାଗ ପକ୍ଷରୁ ହୋଇଥିବା ଏହି ମିଳିତ ସର୍ଭେରେ ପ୍ରତି ବିଟ୍କୁ ୟୁନିଟ ଭାବେ ନେଇ କର୍ମଚାରୀମାନେ ପ୍ରତିଦିନ ୫ କିମି ଟ୍ରାକିଂ ମାଧ୍ୟମରେ ସର୍ବେକ୍ଷଣ କରିଥିଲେ। ଏହି ସର୍ବେକ୍ଷଣରେ ଚିତା ବାଘ, ମହାବଳ ବାଘ, କଲରାପତରିଆ ବାଘ, ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ପାଦଚିହ୍ନ ଚିହ୍ନଟ କରାଯାଇଛି।
ଅମ୍ବାଭୋନା ବ୍ଲକ୍ର ଭୌଗୋଳିକ ଅଂଚଳ ଓ କ୍ଷେତ୍ରଫଳ ମଧ୍ୟରୁ ୩୫୪୯୩ ବର୍ଗ କିମି ଜଙ୍ଗଲ ସଂପଦ ପରିପୂର୍ଣ୍ଣ। ଦେଚୂଅାଁ ଜଙ୍ଗଲରେ ୩ଟି ପାଦଚିହ୍ନ, ଗୋଟିଏ ମାଈ ବାଘ ଏବଂ ଛୁଆର, ମାତାବନ୍ଧଠାରେ ଗୋଟିଏ ବାଘର ପାଦଚିହ୍ନକୁ ସ୍ପଷ୍ଟ ଭାବେ ଚିହ୍ନଟ କରାଯାଇଛି। ଡୁଂଗୁରୀ ସେକସନ ଅନ୍ତର୍ଗତ ଲାଉନସରା ହୁରସିଲ ଜଙ୍ଗଲରେ ବାଘର ସଂଧାନ ମିଳିଛି। ଗତ ବର୍ଷ ଏଠାରେ ୨୫-୩୦ଟି ହାତୀ ହୀରାକୁଦ ଜଳଭଣ୍ଡାର ପାରି କରି ଝାରସୁଗୁଡ଼ା ଅଂଚଳକୁ ଚାଲି ଯାଇଛନ୍ତି ବୋଲି ଭଟଲି ରେଂଜର ସୂଚନା ଦେଇଛନ୍ତି। ପୂର୍ବରୁ ଡେବ୍ରିଗଡ଼ର ଘଞ୍ଚ ଜଙ୍ଗଲ ଚୌରାଶୀମାଲ ଜଣାଶୁଣା ଥିଲା। ମାତ୍ର ଅବାଧ ଗଛ କଟା ଯୋଗୁଁ ଏବଂ ବନ୍ୟଜନ୍ତୁ ଶିକାର ହେତୁ ସଂପୂର୍ଣ୍ଣ ଭାବେ ପଦା ହେବାରେ ବସିିଛି। ଡେବ୍ରିଗଡ଼ ସଂରକ୍ଷିତ ଜଙ୍ଗଲ ୩୫୩.୮୧ ବର୍ଗ କିମି ଜଙ୍ଗଲ ଘେରିଥିବା ବେଳେ ବାରପାହାଡ଼ ଜଙ୍ଗଲ ଓ ମହାନଦୀ ତଟବର୍ତ୍ତୀ ୧୨୧୬.୧୩ ବର୍ଗ କିମି ରହିଛି। ଏହି ଅଂଚଳର ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ ରହିଛି।>
Follow Us