୬୦ ହଜାର ଟଙ୍କାରେ ବିକ୍ରି ହେଉଥିଲା‌ ୬ ଫୁଟିଆ ବାଘର ଛାଲ, ଛତିଶଗଡ଼କୁ ଚାଲାଣ ପୂର୍ବରୁ ମାଡ଼ିବସିଲା ଏସ୍‌ଟିଏଫ୍ ଟିମ୍

Advertisment
୬୦ ହଜାର ଟଙ୍କାରେ ବିକ୍ରି ହେଉଥିଲା‌ ୬ ଫୁଟିଆ ବାଘର ଛାଲ, ଛତିଶଗଡ଼କୁ ଚାଲାଣ ପୂର୍ବରୁ ମାଡ଼ିବସିଲା ଏସ୍‌ଟିଏଫ୍ ଟିମ୍

ବୈପାରିଗୁଡା: ଦିନକୁ ଦିନ ବନ୍ୟପ୍ରାଣୀମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ହାତୀ ଓ ବାଘ ଭଳି ବଳୁଆ ଜୀବଜନ୍ତୁମାନେ ମଧ୍ୟ ମନୁଷ୍ୟ କବଳରୁ ବର୍ତ୍ତିପାରୁ ନାହାନ୍ତି। କମ୍‌ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଶିକାରୀମାନଙ୍କ ଟାର୍ଗେଟରେ ରହୁଛନ୍ତି ବନ୍ୟଜନ୍ତୁ। ଏଥିରେ ହାତୀ, ବାଘ, ବଜ୍ରକାପ୍ତା ଆଦି ସାମିଲ ଅଛନ୍ତି। କୋରାପୁଟ ଜିଲ୍ଲା ଗୁପ୍ତେଶ୍ବର ଅଞ୍ଚଳରେ ୬୦ ହଜାର ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ଡିଲ୍ ହେଉଥିଲା। ଛଅ ଫୁଟିକିଆ କଲରାପତରିଆ ବାଘ ଛାଲକୁ ଛତିଶଗଡ଼ ଚାଲାଣ କରାଯିବା ପୂର୍ବରୁ ଭୁବନେଶ୍ବର ଏସ୍‌ଟିଏଫ୍‌ଟିମ୍‌ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଏସ୍‌ଟିଏଫ୍‌ ଗୋଟିଏ ବାଇକ୍‌ (ଓଆର୍ ୧୦ ଆର୍ ୩୬୦୬) ସହ ଜଣକୁ ଗିରଫ କରିଛି।

ସୂଚନା ଅନୁଯାୟୀ ଗତକାଲି  ସନ୍ଧ୍ୟା ପାଞ୍ଚଟା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ଗୈାଡଗୁଡା ଗ୍ରାମର ମନୋହର ଗୌଡ଼  (୨୨) କୁନ୍ଦୁରା ବାଗଦେରି ଗ୍ରାମର ଜଣେ ଗ୍ରାହାକଙ୍କ ସହ ୬୦ ହଜାର ଟଙ୍କାରେ ବାଘ (ଛାଲ) ଚମଡ଼ା ବିକ୍ରି ପାଇଁ ଡିଲ୍ କରିଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ମନୋହର ଏକ ବାଇକ୍ ସହ ବାଘ ଚମଡ଼ା ନେଇ ରାମଗିରି- ପଣସପୁଟ ଜଂଗଲ ରାସ୍ତାରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା।

publive-image

ବନ୍ୟଜନ୍ତୁ ସଂରକ୍ଷଣର ଏସଟିଏଫ୍ ଟିମ୍ ପୂର୍ବ ସୂଚନା ଅନୁଯାୟୀ  ନିର୍ଦ୍ଧାରିତ ସ୍ଥାନରେ ଛକି ରହିଥିଲେ। ମନୋହର ଆସିବା ମାତ୍ରେ ତାକୁ ଠାବ କରି ନିକଟସ୍ଥ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ବର ଖଣ୍ଡେଇଙ୍କୁ ସୂଚନା ଦେଇଥିଲେ। ଅତର୍କିତ ଭାବେ ଚଢ଼ଉ କରାଯାଇ ବାଘ ଚମଡ଼ା ଜବତ କରିବା ସହିତ ମନୋହରକୁ ଗିରଫ କରିଥିଲେ।

ଶ୍ରୀ ଖଣ୍ଡେଇ ଅଧିକ ତଥ୍ୟ ପାଇଁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିବା ପରେ ଏହା ରାମଗିରି ଠାରୁ କୁନ୍ଦୁରା, କୋଟପାଡ଼ ଦେଇ ଛତିଶଗଡ଼ ଚାଲାଣ ହେଉଥିବା ବାଘ ଚମଡ଼ା ବେପାରୀ ମନୋହର ପ୍ରକାଶ କରିଥିଲା। ବନାଞ୍ଚଳ ଅଧିକାରୀ ଶ୍ରୀ ଖଣ୍ଡେଇ କହିବା ଅନୁଯାୟୀ କଲରାପତରିଆ ବାଘର ବୟସ ଛଅ ବର୍ଷରୁ ସାତ ବର୍ଷ ଭିତରେ ହୋଇଥିବ। ଏହା ଏକ ବର୍ଷ ପୂର୍ବରୁ ଗୁଳିକରି ହତ୍ୟା କରାଯାଇଛି ଏବଂ ବାଘର ପିଠିରେ ଏକ ଗୁଳି ବାଜିଥିବା ଚିହ୍ନ ମଧ୍ୟ ରହିଛି। ଏହି ଚଢ଼ଉ ବେଳେ ଗୁପ୍ତେଶ୍ୱର ବନାଞ୍ଚଳର ଫରେଷ୍ଟର ଗଦାଧର ଚୈଧୁରୀ, ଚୈତନ୍ୟ ତନ୍ତୀ ଏବଂ ପାରା କର୍ମଚାରୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe