ଓଡ଼ିଶାରେ ଶିକାରୀଙ୍କ ନିଶାଣରେ କଲରାପତରିଆ, ବର୍ଷକରେ ଜବତ ହେଲାଣି ୧୬ ଛାଲ

Advertisment

ଟେର୍ ପାଉନି ବନ ବିଭାଗ; ଧରାପଡ଼ୁ ନାହାନ୍ତି ଶିକାରୀ

ଟେର୍ ପାଉନି ବନ ବିଭାଗ; ଧରାପଡ଼ୁ ନାହାନ୍ତି ଶିକାରୀ

ତିଗିରିଆରେ ବାଘ ଆତଙ୍କ: ମାରି ଖାଇଗଲା ବାଛୁରୀ

Tierpark Berlin

ଭୁବନେଶ୍ୱର : କଲରାପତରିଆ ବାଘ (ଲିଓପାର୍ଡ)ଙ୍କ ପାଇଁ ଓଡ଼ିଶାର ଜଙ୍ଗଲ ଅସୁରକ୍ଷିତ ପାଲଟି ଯାଇଛି। ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଛନ୍ତି ଶିକାରୀ, ଓ ବନ୍ୟଜନ୍ତୁ ମାଫିଆ। ନୟାଗଡ଼, ସୁନ୍ଦରଗଡ଼, ଆଠଗଡ଼, ବୌଦ୍ଧ, କନ୍ଧମାଳ, ଆଠମଲ୍ଲିକ ଆଦି ଜଙ୍ଗଲ ପାଲଟି ଯାଇଛି ଶିକାରୀଙ୍କ ଆଡ଼ା। ଗତ ବର୍ଷକ ଭିତରେ ଏସଟିଏଫ୍ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୬ଟି କଲରାପତରିଆ ବାଘ ଛାଲ ଜବତ କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ସବୁ ବାଘ ବିଭିନ୍ନ ଜଙ୍ଗଲରୁ ଶିକାର କରା ଯାଇଥିବା ଜଣାପଡ଼ିଛି। କିନ୍ତୁ ଏହାର ଟେର୍ ପାଉନି ବନ ବିଭାଗ। ଅନେକ ସମୟରେ ଶିକାରୀ ଧରା ପଡ଼ୁନାହାନ୍ତି। ବାଘ ଛାଲ ଜବତ କରାଯାଉଥିଲେ ମଧ୍ୟ ଶିକାର ପୂର୍ବରୁ ମିଳୁନି ସାମାନ୍ୟତମ ସୁରାକ୍। ଯାହା ବିଭାଗର ଅପାରଗତାକୁ ପଦାରେ ପକାଇଛି।

publive-image

ବୁଧବାର ପୁଣିଥରେ ଏସଟିଏଫ୍ ହାତରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ହାଟସାହି ଅଞ୍ଚଳର ବିଦ୍ୟାଧର ନାୟକ ନାମକ ଜଣେ ବେପାରୀ କଲରାପତରିଆ ଛାଲ ସହ ଧରାପଡ଼ିବା ପରେ ଓଡ଼ିଶାରେ କେମିତି ବେଧଡ଼କ କଲରପତିରିଆ ବାଘ ଶିକାର ଚାଲିଛି, ତାହା ସାମ୍ନାକୁ ଆସିଛି। ଏସଟିଏଫ୍ ସୂଚନା ଅନୁସାରେ, ଗତ ବର୍ଷେ ହେଲା ବନ୍ୟଜନ୍ତୁ ଚୋରା ଚାଲାଣ, ଶିକାର ଉପରେ ଜୋରଦାର ଚଢ଼ଉ କରାଯାଉଛି। ବର୍ଷକ ଭିତରେ ୧୬ଟି କଲରାପତରିଆ ଛାଲ, ୯ ହାତୀ ଦାନ୍ତ, ୪ ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି। ଏହି ସବୁ ମାମଲାରେ ୩୩ ଜଣଙ୍କୁ ଗିରଫ କରାଯାଇଥିବା କୁହାଯାଇଛି। କିନ୍ତୁ ଏତେ ସବୁ ପରେ ବି ଓଡ଼ିଶାରେ କଲରାପତିରିଆ ଓ ଅନ୍ୟ ବନ୍ୟଜନ୍ତୁ ଶିକାର ଉପରେ ରୋକ୍ ଲଗାଯାଇ ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe