କଲରାପତରିଆ ବାଘ ଛାଲ ଜବତ, ୨ ଗିରଫ

Advertisment

ଗ୍ରାହକ ସାଜି ଶିକାରୀଙ୍କୁ କାବୁ କଲେ ବନ ବିଭାଗ କର୍ମଚାରୀ

ଗ୍ରାହକ ସାଜି ଶିକାରୀଙ୍କୁ କାବୁ କଲେ ବନ ବିଭାଗ କର୍ମଚାରୀ

କଲରାପତରିଆ ବାଘ ଛାଲ ଜବତ, ୨ ଗିରଫ

କୁଚିଣ୍ଡା/ଜମନକିରା : ବନ ବିଭାଗକୁ ବୁଧବାର ମିଳିଛି ଏକ ବଡ଼ ସଫଳତା। ବନ କର୍ମଚାରୀ ଗ୍ରାହକ ସାଜି ବାଘ ଛାଲ କିଣିବାକୁ ପ୍ରଲୋଭିତ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ୨ଟି କୁଟୁରା ସିଂଘ ,ଗୋଧି ଚମଡ଼ା ଏବଂ ଚଢ଼େଇ ଶିକାର ପାଇଁ ବ୍ୟବହୃତ ଫାଶ ଜବତ କରାଯାଇଛି।

publive-image

ଜମନକିରା ଥାନା କୁତବ ଗ୍ରାମର ୨ ଜଣ ବ୍ୟକ୍ତି ଏକ ବାଘ ଛାଲ ରଖିଛନ୍ତି। ତାକୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି। ବୁଧବାର ସମ୍ବଲପୁର ଜିଲ୍ଲା ବାମରା ବନ୍ୟ ପ୍ରାଣୀ ବନଖଣ୍ଡ ଡିଏଫ୍‌ଓଙ୍କୁ ବିଶ୍ବସ୍ତ ସୂତ୍ରରୁ ଏହି ସୂଚନା ମିଳିଥିଲା। ଡିଏଫ୍‌ଓ ଫାଲଗୁନୀ ସାରଥୀ ମଲ୍ଲିକଙ୍କ ନିର୍ଦ୍ଦେଶରେ ଶିକାରୀଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯୋଜନା ଅନୁସାରେ କୁତବ ଗ୍ରାମର କାଳୀଚରଣ ଝାଙ୍କର (୫୦) ଓ ବାସୁଦେବ ଦେହୁରୀ (୫୧)ଙ୍କୁ ଯୋଗାଯୋଗ କରି ବାଘ ଛାଲ କିଣିବା ପାଇଁ ୫ ଲକ୍ଷ ଟଙ୍କାରେ ମୂଲଚାଲ କରିଥିଲେ। ଦାମ୍‌ ଛିଣ୍ଡିବା ପରେ ସେମାନଙ୍କୁ ଟଙ୍କା ନେବାକୁ ଘୋଡ଼ାବାନ୍ଧୁଣୀ ଗ୍ରାମକୁ ବନ କର୍ମଚାରୀମାନେ ଡାକିଥିଲେ। ଏହାପରେ ବନ ବିଭାଗର କର୍ମଚାରୀମାନେ ଶିକାରୀ ଦ୍ବୟଙ୍କୁ କାବୁ କରି କୁଚିଣ୍ଡା ବନ ବିଭାଗ ରେଞ୍ଜ ଅଫିସକୁ ଆଣିଥିଲେ। ଯାଞ୍ଚ କରିବା ପରେ ସେମାନଙ୍କଠାରୁ ଉପରୋକ୍ତ ସାମଗ୍ରୀ ସବୁ ଜବତ କରାଯାଇଥିଲା।

ଅଭିଯୁକ୍ତ ଦ୍ବୟଙ୍କୁ କୁଚିଣ୍ଡା ଏସ୍‌ଡିଜେଏମଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe