ବୌଦ୍ଧରେ ବାଘଛାଲ ଜବତ, ଜଙ୍ଗଲରେ ଚାଲିଥିଲା ଡିଲ୍‌

Advertisment
ବୌଦ୍ଧରେ ବାଘଛାଲ ଜବତ, ଜଙ୍ଗଲରେ ଚାଲିଥିଲା ଡିଲ୍‌

Representation image

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଆଜି ବୌଦ୍ଧ ଜିଲ୍ଲାର ଏକ ନିଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରି ଗୋଟିଏ ମହାବଳ ବାଘଛାଲ ଏବଂ ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି । ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏନେଇ ଏସ୍‌ଟିଏଫ୍ ପକ୍ଷରୁ ବୁଧବାର ପ୍ରେସ୍ ବିଜ୍ଞପ୍ତି ଦିଆଯିବ ବୋଲି ଜଣାପଡ଼ିଛି।

ବୌଦ୍ଧ ଜିଲ୍ଲାର ଏକ ଜଙ୍ଗଲରେ ବେଆଇନ୍‌ ଭାବେ ବାଘଛାଲ କାରବାର ହେଉଥିବା ନେଇ ଏସ୍‌ଟିଏଫ୍କୁ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଏସ୍‌ଟିଏଫ୍‌ର ଏକ ୫ଜଣିଆ ଟିମ୍ ଚଢ଼ଉ କରିଥିଲେ। ଶିକାରୀ ସହ ଗୋଟିଏ ବାଘଛାଲକୁ ୫ଲକ୍ଷ ଟଙ୍କା ଡ଼ିଲ୍ କରିଥିଲେ । ଅପରାହ୍ଣ ୨ଟା ବେଳେ ଗ୍ରାହକ ସାଜି ଏସ୍‌ଆଇ ଦୁଷ୍ମନ୍ତ ଯାଇଥିଲେ। ଶିକାରୀ ଗୋଟିଏ ମହାବଳ ବାଘଛାଲ ଓ ଗୋଟିଏ କଲରାପତରିଆ ବାଘଛାଲ ଧରି ଆସିଥିଲା । ଏତିକିବେଳେ ଏସ୍‌ଟିଏଫ୍ ଟିମ୍ ତାକୁ ମାଡ଼ିବସିଥିଲେ । ପରେ ତା’ ଠାରୁ ବାଘଛାଲ ଜବତ କରାଯିବା ସହ ତାକୁ ଗିରଫ କରାଯାଇଛି। ଏସ୍‌ଟିଏଫ୍‌ ତରଫରୁ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦିଆଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe