ବାଘଛାଲ ଜବତ ଘଟଣା, ଚାର୍ଜସିଟ ଦାଖଲ

Advertisment
ବାଘଛାଲ ଜବତ ଘଟଣା, ଚାର୍ଜସିଟ ଦାଖଲ

Deccan Chronicle

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏକ ଲଜ୍‌ରୁ ବହୁଚର୍ଚ୍ଚିତ ବାଘଛାଲ ଜବତ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍‌ ଦାଖଲ ହୋଇଛି। କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତ ଟିମ (ଏସଟିଏଫ) ପକ୍ଷରୁ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର। ଏହି ଅଭିଯୁକ୍ତମାନେ ହେଲେ ସଞ୍ଜୟ ବାଘ, ସୁନୀଲ କାଲୋ, ଝସକେତନ ନାଏକ, କୈଲାସ ମାଝୀ, କୁମୁଦ ବର, ମୀନକେତନ ମୁଣ୍ଡା, ନରେନ୍ଦ୍ର ପିଙ୍ଗ, ଟିମା ଓରଫ ଅକ୍ଷୟ ମାଲି, ମନଫୁଲ ପଧାନ, ଦୁବରାଜ ପଟେଲ। ସୋମବାର ବିଧିବଦ୍ଧ ଭାବେ ଏମାନଙ୍କ ବିରୋଧରେ କୁଚିଣ୍ଡା ଏସଡିଜେଏମ କୋର୍ଟରେ ଚାର୍ଜସିଟ ଦାଖଲ ହୋଇଛି। ଏସଟିଏଫ କ୍ରାଇମବ୍ରାଞ୍ଚ ଡିଏସପି ତେଜରାଜ ପଟେଲ ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe