କଲରାପତରିଆର ଚମଡ଼ା ଓ ଦାନ୍ତ ସହ ନଖ କାଟି ରଖିଥିଲେ, ବିକିବା ପୂର୍ବରୁ ଧରାପଡ଼ିଗଲେ

କଲରାପତରିଆର ଚମଡ଼ା ଓ ଦାନ୍ତ ସହ ନଖ କାଟି ରଖିଥିଲେ, ବିକିବା ପୂର୍ବରୁ ଧରାପଡ଼ିଗଲେ

ରାଇକିଆ: କନ୍ଧମାଳ ଜିଲ୍ଲାରୁ ବାଘଛାଲ ଚୋରା କାରବାର ପୂର୍ବରୁ ଧରାପଡ଼ିଛି। ଏହା ପଛରେ ଅନ୍ତଃରାଜ୍ୟ ରାକେଟ୍‌ କାମ କରୁଥିବା ପ୍ରମାଣ ମଧ୍ୟ ମିଳିଛି। ଏବେ ପୁଣି ରାଇକିଆ ଅଞ୍ଚଳରେ ଏକ କଲରାପତରିଆ ବାଘ ଶିକାର କରା ଯାଇଥିବା ଖବର ବନ ବିଭାଗ ପାଖରେ ପହଞ୍ଚିଥିଲା। ବନ ବିଭାଗ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଗୋଟିଏ ବାଘଛାଲ, ଦାନ୍ତ, ନଖ ଜବତ କରିବା ସହ ୧୧ ଜଣଙ୍କୁ ଗିରଫ କରିଛି। ଗତ କିଛିଦିନ ତଳେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କରଡ଼ା ରେଞ୍ଜ୍ ବାଦଗଡ଼ରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ଏହାକୁ ନେଇ ରାଇକିଆ ସମେତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।

publive-image

ତେବେ ରାଇକିଆ ଓ ଗଞ୍ଜାମର କିଛି ଶିକାରୀ ଏହି କଲରାପତରିଆକୁ ଶିକାର କରିଥିଲେ। ଆଉ ଚତୁରତାର ସହ ବାଘଟିକୁ ଶିକାର କରି ଚମଡ଼ା, ଦାନ୍ତ, ନଖ ଓ ଛାଲକୁ କାଟି ରଖିଥିଲେ। ଏ ସମ୍ପର୍କରେ ବନବିଭାଗ ଆଜି ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ଉ କରି ୧୧ ଜଣଙ୍କୁ ଗିରଫ କରିଛି। ଗିରଫମାନେ ହେଲେ ବାଦଗଡ଼ର ଭୀଷ୍ମ ବିଷୋୟୀ(୬୦), ପରୀ ବିଷୋୟୀ(୫୦), ସୁନୀଲ ବିଷୋୟୀ(୩୦), ଉତ୍ସବ ଦଳବେହେରା(୩୦), ପ୍ରଦୀପ ଦଳବେହେରା(୪୦), ବାବୁ ଭୂୟାଁ(୪୩), ଭଗବାନ ଦଳବେହେରା(୩୫), ସୋରଡ଼ାର ଗରିବ ନାୟକ(୩୫), ରଣବାର ସୀମାଞ୍ଚଳ ନାୟକ, ଚନ୍ଦ୍ରକେତୁ ନାୟକ(୩୫) ଓ କେ.କରଡ଼ାଗଣ୍ଡାର ଭିକା ନାୟକ(୫୦)। କେସ୍ ନମ୍ବର ୨୨ରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ଉରେ ଡିଏଫଓ ପ୍ରଶାନ୍ତ ପଟେଲ, ରେଞ୍ଜର୍‌ ବିରଞ୍ଚି ନାରାୟଣ ପଣ୍ଡା, ଏସିଏଫ୍ ମଳୟ ରଞ୍ଜନ କାଲୋ ଓ ବନବିଭାଗ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe