ବାଘ ଛାଲ ଜବତ, ଜଣେ ଗିରଫ

ବାଘ ଛାଲ ଜବତ, ଜଣେ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ଚମ୍ପାଳି ନଦୀ ନିକଟରୁ ବୁଧବାର ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍ ବାଘଛାଲ ଜବତ କରିଛି। ଏଥିରେ ସମ୍ପୃକ୍ତ କେଲୋବେର୍ଣ୍ଣି ଗାଁର ବାବୁଲି ନାଏକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ବାଟଗାଁ ପଂଚାୟତ କେଲୋବେର୍ଣ୍ଣି ଗ୍ରାମର ବାବୁଲି କିଛି ବର୍ଷ ହେଲା ନାକ୍ଟିଦେଉଳରେ ଥିବା ତାଙ୍କ ଶ୍ବଶୁର ଘରେ ରହୁଥିଲେ।

publive-image

ସେ ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବରର ଏସ୍‌ଟିଏଫ୍ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ଚମ୍ପାଳି ନଦୀ ନିକଟରେ ଚଢ଼ଉ କରିଥିଲା। ଏହି ବାଘ ଛାଲ ବିକ୍ରି ପାଇଁ ୫ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା। ଚଢ଼ଉ କରି ତା’ ନିକଟରୁ ବାଘ ଛାଲ ଜବତ କରାଯାଇଥିଲା। ବାବୁଲିଙ୍କୁ ରେଢ଼ାଖୋଲ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିବା ସୂଚନା ମିଳିଛି। ବାଘଛାଲ କିଣିବା ପାଇଁ କାଳିଆ ନାମକ ବ୍ୟକ୍ତି ବାବୁଲିଙ୍କୁ ୧୦ ହଜାର ଟଙ୍କା ଦେଇଥିବା ପଚରାଉଚରା ବେଳେ କହିଥିବା ସୂଚନା ମିଳିଛି। ତେବେ ଏଥିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ଚାଲିଛି ବୋଲି ଏସ୍‌ଟିଏଫ୍‌ ଅଧିକାରୀ ପ୍ରକାଶ କରିଛନ୍ତି। ଏ ସଂପର୍କରେ ନାକଟିଦେଉଳ ବନ ବିଭାଗ କି ପୁଲିସ କିଛି ବି ଜାଣି ପାରି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe