ବାଘଛାଲ ଓ ହାତୀଦାନ୍ତ ଜବତ, ୨ ଗିରଫ

Advertisment
ବାଘଛାଲ ଓ ହାତୀଦାନ୍ତ ଜବତ, ୨ ଗିରଫ

ଟିକ୍ରାପଡ଼ା/ଦେଓଗାଁ: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବନ ବିଭାଗ ଅନ୍ତର୍ଗତ ଟିକ୍ରାପଡ଼ା ରେଞ୍ଜର ଡୁକେରଚରଚରା ଗାଁରେ ଏସ୍‌ଟିଏଫ୍‌ ଚଢ଼ଉ କରି ଏକ ବାଘଛାଲ ଜବତ କରିଛି। ଏହି ଘଟଣାରେ ଡୁକେରଚଚରା ଗାଁର ଆଦିକନ୍ଦ ଘିଭେଲାଙ୍କୁ ଗିରଫ କରାଯାଇଛି। ଏସ୍‌ଟିଏଫ୍‌ ସଦସ୍ୟମାନେ ଡୁକେରଚଚରା ଗାଁରେ ବାଘଛାଲ ଥିବା ସୂଚନା ପାଇ ଗୁରୁବାର ସନ୍ଧ୍ୟାରେ ଗ୍ରାହକ ବେଶରେ ଆସିଥିଲେ।

ଆଦିକନ୍ଦଙ୍କୁ ଡିଲ୍‌ କରିବାକୁ ଡାକି ଉକ୍ତ ବାଘଛାଲ ଜବତ କରି ତାଙ୍କୁ ଗିରଫ କରିଥିଲେ। ସେହିପରି ଗୁରୁବାର ବଲାଙ୍ଗୀର ସହର ମାଲପଡ଼ାରୁ ୬ଟି ହାତୀଦାନ୍ତ ଜବତ କରିବା ସହ ଏସଟିଏଫ୍ ନୁରିନ ସେଠ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଜବତ ହାତୀଦାନ୍ତ ୯ କିଲୋ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe