ଗାଇଡଲାଇନ୍‌ ପାଳନ କରି ପାରିଲା ନାହିଁ ବନବିଭାଗ; ଫେରିଯିବ ବାଘୁଣୀ ସୁନ୍ଦରୀ

Advertisment
ଗାଇଡଲାଇନ୍‌ ପାଳନ କରି ପାରିଲା ନାହିଁ ବନବିଭାଗ; ଫେରିଯିବ ବାଘୁଣୀ ସୁନ୍ଦରୀ

ଭୁବନେଶ୍ୱର: ଓଡ଼ିଶା ବନ ବିଭାଗ ଗାଇଡଲାଇନ୍‌ ପାଳନ କରିବାରେ ବିଫଳ ହେବାରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବ । ତୁରନ୍ତ ଏହି ବାଘୁଣୀକୁ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନେବା ପାଇଁ  ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି।

ମଧ୍ୟପ୍ରଦେଶରୁ ବାଘକୁ ଆଣି ରାଜ୍ୟ ଜଙ୍ଗଲରେ ଛାଡି ରାଜ୍ୟ ସରକାର ଯେତିକି ବାହାବା ଲୁଟିଥିଲେ, ତାର ଅସଲ ମୁଖାକୁ ଏବେ ଏନଟିସିଏ ଖୋଲିଦେଇଛି । ଯୋଜନା ଯେଉଁଭଳି ଭାବେ କାର୍ଯ୍ୟକାରୀ କରାଯିବା କଥା, ତାହା ପାଳନ କରିନାହିଁ ବନ ବିଭାଗ। ଫଳରେ ବାସ୍ତବତାରେ ତାର ସଫଳ ରୂପାୟନ ହୋଇପାରିଲା ନାହିଁ । ତେଣୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଯିବ ।

publive-image

ରାଜ୍ୟ ସୀମା ଡିଆଁଇ ଯେତେବେଳେ ୨ଟି ବାଘକୁ ଓଡିଶାକୁ ଅଣାଯାଇଥିଲା, ସେତେବେଳେ ସାରା ଦେଶର ନଜର ରାଜ୍ୟ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ଥିଲା। କାରଣ ଏହି ପ୍ରକଳ୍ପର ଭବିଷ୍ୟତ ଉପରେ ଅନେକ କିଛି ନିର୍ଭର କରୁଥିଲା। ହେଲେ ବନ ବିଭାଗର ଚରମ ଅବହେଳା ପାଇଁ ଏନଟିସିଏ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe