ବାଘ ଆତଙ୍କ: ନୂଆପଡ଼ାରେ ପୁଣି ବଳଦ ଓ ବାଛୁରୀକୁ  ମାରିଲା

ରେବଣା ଜଙ୍ଗଲରେ ଗୋଟିଏ ବାଘ ମାରିଛି ୪ ମଇଁଷି

ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ; ଦେଶରେ ୩୧୬୭ ବାଘ, ୪ ବର୍ଷରେ ୨୦୦ ଅଧିକ

Image Courtesy of NDTV

ନୂଆପଡ଼ା/ କେନ୍ଦୁଝର : ନୂଆପଡ଼ା ଜିଲ୍ଲାରେ ଏକ ମାସ ହେବ ବାଘ ଆତଙ୍କ ଜାରି ରହିଛି। ପ୍ରତି ରାତିରେ ବାଘ ବିଭିନ୍ନ ଅଞ୍ଚଳରେ ଗୁହାଳକୁ ପଶି ବଳଦ ଓ ବାଛୁରୀକୁ ମାରି ଖାଉଛି। ଧରମବନ୍ଧା ଓ ଆମନେରା ପଞ୍ଚାୟତର ୧୩ଟି ଗାଁରେ ବର୍ତ୍ତମାନ ବାଘର ଭୟ ଲାଗି ରହିଛି। ଗତକାଲି ରାତିରେ ପୁଣି ନୂଆପଡ଼ା ରେଞ୍ଜ ଧରମବନ୍ଧା ପଞ୍ଚାୟତ କୋଦୋପାଲି ନିକଟ ସିଲିଆରିବାହାର ଜଙ୍ଗଳରେ ଗୋଟିଏ ବଳଦ ଓ ଗୋଟି ବାଛୁରୀକୁ ମାରି ଖାଇଛି। ସେହିପରି କୋଦୋପାଲି ଗ୍ରାମର ଶୁଖା ବରିହାଙ୍କ ବାଛୁରୀଟି ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ବାଘଟି ମାରି ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ଫରେଷ୍ଟର ଓ ଫରେଷ୍ଟଗାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ, ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରୁ ୪ଟି ମଇଁଷିଙ୍କ ମୃତଦେହ ମିଳିଥିଲା। ଗୋଟିଏ ନା ଏକାଧିକ ବାଘ ମଇଁଷି ଶିକାର କରିଛି ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା। ସମସ୍ତ ମଇଁଷିକୁ ଗୋଟିଏ ମହାବଳ ବାଘ ଶିକାର କରିଥିବା ବନ ବିଭାଗ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe