Advertisment

ଖଇରା ଅଞ୍ଚଳରେ ବାଘ ଆତଙ୍କ, ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

Advertisment
ଖଇରା ଅଞ୍ଚଳରେ ବାଘ ଆତଙ୍କ, ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ ବାଘ ଆତଙ୍କ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବାଘ ଆକ୍ରମଣରେ ୪ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗ୍ରାମରେ କଲରା ପତରିଆ ବାଘ ଆକ୍ରମଣରେ ପ୍ରଥମେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ।

ଗୁରୁତର ଆହତ ମହିଳା ଜଣକ ହେଲେ ଗ୍ରାମର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ(୫୦)। ତାଙ୍କୁ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇ ଥିଲା। ପରେ ଅଧିକ ଚିକିତ୍ସା ଲାଗି ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳାୟକୁ ସ୍ଥାନାନ୍ତର କରାଯାଇଛି। ବାଘ ଅନ୍ୟ ୩ ଜଣଙ୍କୁ ମଧ୍ୟ ଆକ୍ରମଣ କରିଛି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

ସତ୍ୟଭାମା ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି। ବାଘ ଆକ୍ରମଣ ପରେ ସେ ଚିତ୍କାର କରିବାରୁ ନିକଟରେ ଥିବା ତାଙ୍କ ପୁଅ ଓ ସ୍ୱାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେହୋଇ।

ପାଟି ଶୁଣି ବାଘ ଭୟରେ ପଳାଇ ଯାଇ ଗର୍ଜନକରି ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା। ଗ୍ରାମବାସୀ ଏକତ୍ର ହୋଇ ବାଘକୁ ଘଉଡ଼ାଇଥିଲେ। ଭୟରେ ବାଘଟି କେଉଁଠାରେ ଲୁଚି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ପରେ ଗ୍ରାମରେ କୁପାରୀ ବନ ବିଭାଗର କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe