Flickr
କୋମନା: କିଛିଦିନ ହେବ କୋମନା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। କୋମନା ବନବିଭାଗ ଅଧୀନସ୍ଥ ଖଲିଆମୁଣ୍ତା ନୂଆପଡ଼ା ଗ୍ରାମର ୩ଟି ବଳଦକୁ ବାଘ ମାରି ଖାଇ ଯାଇଥିବା ଓ ଗୋଟିଏ ବାଛୁରିକୁ କ୍ଷତାକ୍ତ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଖବର ପାଇ କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ବରେ ବନ କର୍ମଚାରୀ ସମେତ ସ୍କ୍ବାଡ ରାତିରେ ଏହି ଅଞ୍ଚରେ ବୁଲୁଛନ୍ତି। ସେହିପରି ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ପେଟ୍ରୋଲିଂ କଡ଼ାକଡ଼ି କରିଛନ୍ତି।
Follow Us