Tiger leaves forest enters countryside: ଲକ୍ଷ୍ମୀପୁର ଗ୍ରାମରେ ବାଘ ଆତଙ୍କ: ଚାଷ ଜମିରେ ପାଦ ଚି଼ହ୍ନ

ଗଞ୍ଜାମ ଜ଼ିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକରେ ପ୍ରଥମ କରି ବାଘ ଦେଖାଯିବା ଘଟଣା ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତା ଓ ଭୟର ବାତାବରଣ ସୃଷ୍ଟି ହୋଇଛି। ଛତ୍ରପୁର ବ୍ଲକ କିମ୍ବା ଆଖପାଖ ଅଞ୍ଚଳରେ କୌଣସି ଜଙ୍ଗଲ ନଥିବା ବେଳେ ବାଘ କେମିତି ଅଞ୍ଚଳରେ ପହଞ୍ଚିଲା....

Tiger terror in Laxmipur village: Footprints found in farmland

Tiger terror in Laxmipur village: Footprints found in farmland Photograph: (sambad.in)

ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକରେ ପ୍ରଥମ କରି ବାଘ ଦେଖାଯିବା ଘଟଣା ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତା ଓ ଭୟର ବାତାବରଣ ସୃଷ୍ଟି ହୋଇଛି। ଛତ୍ରପୁର ବ୍ଲକ କିମ୍ବା ଆଖପାଖ ଅଞ୍ଚଳରେ କୌଣସି ଜଙ୍ଗଲ ନଥିବା ବେଳେ ବାଘ କେମିତି ଅଞ୍ଚଳରେ ପହଞ୍ଚିଲା ତାହାକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି। ସତରେ  କ'ଣ ଏବେ ବାଘ ଜଙ୍ଗଲ ଛାଡି ଗ୍ରାମାଞ୍ଚଳ ମୁହାଁ ହୋଇଛି।  

ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ଅଭିଯୋଗ ହୋଇଛି। ଗୁରୁବାର ସକାଳୁ ଗ୍ରାମର କିଛି ଲୋକ ମନ୍ଦିରରୁ ଫେରିବା ସମୟରେ ଚାଷ ଜମିରେ ବାଘ ବୁଲୁଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଛତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ:Rear-end collision: ବସ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍: ତିନି ଗୁରୁତର

 ଚାଷ ଜମିରେ ବାଘ ବୁଲୁଛି

ଘଟଣାସ୍ଥଳରେ ଛତ୍ରପୁର ବନପାଳ ବାବୁ ସେଠିଙ୍କ ସମେତ ବହୁ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରିବା ସହିତ ପାଦ ଚି଼ହ୍ନ ଏବଂ ରୁମ୍ ଆଦି ସଂଗ୍ରହ କରିଛନ୍ତି। ଏହା ସହ ପାଦ ଚି଼ହ୍ନକୁ ମଧ୍ୟ ଏକ ସ୍କେଲ ଯୋଗେ ମପା ଯାଇଛି। ତେବେ ପ୍ରକୃତରେ ବାଘ ନା ଆଉ କିଛି ତାକୁ ନେଇ ତଦନ୍ତ ଜାରି ରଖାଯାଇଥିବା ବନପାଳ ବାବୁ ସେଠି ସୂଚନା ଦେଇଛନ୍ତି।

ଅନ୍ୟପଟେ ଗ୍ରାମରେ ୨ ଦିନ ଧରି ବାଘ ଆତଙ୍କ ଲାଗି ରହିଥିବା ବେଳେ ଗ୍ରାମର ଛେଳି, କୁକୁଡ଼ା ଆଦିକୁ ଖାଇ ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ଲୋକେ ରୀତିମତ ସେହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଏଣୁ ଏହାର ତଦନ୍ତ କରି ବାଘକୁ ଘଉଡ଼ାଇବା ପାଇଁ ଦାବି ହୋଇଛି। 

Footprints found in farmland
Footprints found in farmland Photograph: (sambad.in)

ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ହଟିନି। ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କହୁନଥିବା ବେଳେ କିନ୍ତୁ ଗ୍ରାମବାସୀ ସ୍ପଷ୍ଟ ଭାବେ କହୁଛନ୍ତି ଆମେ ନିଜେ ଆଖିରେ ବାଘ ବୁଲୁଥିବା ଦେଖିଛୁ। 

ଆହୁରି ପଢ଼ନ୍ତୁ:Trump Cuts China Tariffs: ଜିନ୍‌ପିଙ୍ଗଙ୍କ ସହ ବୈଠକ ପରେ ଚୀନ ଉପରୁ ଶୁଳ୍କ ହ୍ରାସ କଲେ ଟ୍ରମ୍ପ

ଏଣୁ ଯେତେବେଳେ ପର୍ଯ୍ୟନ୍ତ ବନବିଭାଗ ସେହି ଅଞ୍ଚଳ କିମ୍ବା ଆଖପାଖ ଅଞ୍ଚଳରୁ ବାଘକୁ ନ ଧରିଛନ୍ତି କିମ୍ୱା ସେଠାରୁ ଅନ୍ୟତ୍ର ଘଉଡ଼ାଇ ନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ଗ୍ରାମବାସୀ ତଥା ଅଞ୍ଚଳରେ ବାଘର ଆତଙ୍କ ଟଳି ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe