ସମାପଲା ଗାଁରେ ଆତଙ୍କ: ଗାଈକୁ ମାରି ଖାଇଲା ବାଘ!

Advertisment
ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ; ଦେଶରେ ୩୧୬୭ ବାଘ, ୪ ବର୍ଷରେ ୨୦୦ ଅଧିକ

Image Courtesy of NDTV

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ସମାପଲା ଗାଁରେ ଏକ ବାଘ ଗାଈକୁ ମାରି ଖାଇଥିବା ଅଭିଯୋଗ ହେଉଛି। ଗାଁର ସୀତାରାମ ସୁନାନୀଙ୍କ ଗାଈ ଚରିବାକୁ ଯାଇଥିବା ବେଳେ ନିକଟ ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲ ଅଧୀନ ବଫଲା ଝରନ ପାହାଡ଼ ପଟରୁ ଏକ ବାଘ ଆସି ଗାଈକୁ ମାରି ଖାଇଥିବା ଅନୁମାନ କରାଯାଉଛି। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ସ୍ଥାନୀୟ ପ୍ରାଣୀ ଚିକିତ୍ସକ ମୃତ ଗାଈର ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରଙ୍କ ପକ୍ଷରୁ ଗାଈ ମାଲିକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳର ଭାରପ୍ରାପ୍ତ ରେଞ୍ଜର ଜୟଦେବ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe