Telegraph India
ଅନୁଗୁଳ, (ପତିତପାବନ ସାହୁ): ବାଘ ଅଭୟାରଣ୍ୟ ଭାବେ ୨୦୦୭ରେ ସାତକୋଶିଆକୁ ଘୋଷଣା କରାଗଲା। ସେତେବେଳେ ଥିଲେ ୧୧ ମହାବଳ ବାଘ। ମାତ୍ର ୧୫ବର୍ଷ ଭିତରେ ଏହି ସଂଖ୍ୟା ଶୂନକୁ ଖସିଆସିଲା। ଏହି ବାଘ ଭିତରୁ ଗୋଟିଏ ନନ୍ଦନକାନନକୁ ଚାଲି ଯାଇଥିଲାବେଳେ ବାକି ସବୁ ଗଲେ କୁଆଡେ? ଏହି ଖବର ଏବେ ବନ୍ୟପ୍ରାଣୀ ବିଶେଷଜ୍ଞମାନଙ୍କୁ ଆନ୍ଦୋଳିତ କରୁଛି।
ସାତକୋଶିଆରେ ଗୋଟିଏ ବାଘକୁ ଶିକାର କରାଯାଇଥିବାର ପ୍ରମାଣ ବନବିଭାଗ ପାଖରେ ଅଛି। କିନ୍ତୁ ବାକି ବାଘର ହିସାବ ନେଇ ବିଭାଗୀୟ ଅଧିକାରୀ ଚୁପ୍। ତେଣୁ ଏହି ୧୫ ବର୍ଷ ଭିତରେ ସାତକୋଶିଆକୁ ବାଘ ଶୂନ୍ୟ କରିବା ପଛରେ ଏକ ବଡ଼ ଷଢ଼ଷନ୍ତ୍ର ଫୁଟି ଦିଶିଲାଣି। ବନବିଭାଗର ଖାମଖିଆଲି ମନୋଭାବ ପାଇଁ ଏଠାରେ ମହାବଳ ବାଘକୁ ମାରି ପୋତି ଦିଆଯାଇଥିବା ଧୀରେ ଧୀରେ ସନ୍ଦେହ ହେଲାଣି। ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ପରିବେଶବିତ୍ ଉଦ୍ବେଗ ପ୍ରକାଶ କରିଥିଲାବେଳେ ଆଗକୁ ସ୍ଥିତି ଅଧିକ ଜଟିଳ ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି।
 Smithsonian Magazineଖବର ଅନୁସାରେ, ସାତକୋଶିଆରେ ରହିଛି ମାଳ ମାଳ ଘଞ୍ଚ ଜଙ୍ଗଲ। ଦୀର୍ଘ ବର୍ଷ ହେଲା ଏହା ମହାବଳ ବାଘଙ୍କ ପ୍ରାକୃତିକ ବାସସ୍ଥଳୀ ହୋଇ ରହିଆସିଛି। ମହାବଳ ବାଘ ପାଇଁ ଏହା ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରି ୨୦୦୭ରେ ସାତକୋଶିଆ ଅଞ୍ଚଳକୁ ବାଘ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ ସରକାର।
୫୩୪ ବର୍ଗ କିମି କ୍ଷେତ୍ରକୁ ନେଇ ଏହି ବାଘ ପ୍ରକଳ୍ପର କୋର ଅଞ୍ଚଳ କରାଯାଇଥିଲାବେଳେ ୪୪୦ ବର୍ଗ କିମି କ୍ଷେତ୍ରକୁ ଏହାର ବଫର ଜୋନ୍ ଚିହ୍ନଟ କରାଯାଇଛି। ଏହି ଜଙ୍ଗଲରେ ୨୦୦୭ ବେଳକୁ ଘୁରି ବୁଲୁଥିଲେ ୧୧ ମହାବଳ ବାଘ। ଏ ଭିତରେ ସେମାନଙ୍କର ପିଲାଛୁଆ ହୋଇ ବାଘ ସଂଖ୍ୟା ବଢ଼ିବା କଥା। ପୁଣି ବାଘ ବଂଶ ବଢ଼ାଇବା ପାଇଁ ରାଜ୍ୟ ବାହାରୁ ଦୁଇଟି ମହାବଳ ବାଘ ଅଣାଯାଇଥିଲା। ହେଲେ ଏବେ ମହାବଳ ସଂଖ୍ୟା ଶୂନ।
ସରକାରୀ ରିପୋର୍ଟ କହୁଛି ୨୦୦୭ରୁ ଏହି ସମୟ ଭିତରେ ସାତକୋଶିଆରେ ଗୋଟିଏ ବାଘର ଶିକାର କରାଯାଇଛି। ପୁରୁଣାକୋଟ ଅଞ୍ଚଳରେ ବାଘ ଶିକାର ଘଟଣାରେ ଅଭିଯୁକ୍ତ ଶିକାରୀ ଗିରଫ ହୋଇଥିଲା। ଏପଟେ ଗୋଟିଏ ବାଘ ‘ନନ୍ଦନ’ ଏଠାରୁ ନନ୍ଦନକାନନକୁ ଚାଲି ଯାଇଛି। ବାକି ବାଘ ସବୁ ଗଲେ କୁଆଡେ, ତା’ ଉତ୍ତର କାହା ପାଖରେ ନାହିଁ।
ଅନ୍ୟପକ୍ଷରେ ବାଘ ଶିକାର ନେଇ ବାରମ୍ବାର ଅଭିଯୋଗ ଆସିଛି। ବନବିଭାଗ ତଦନ୍ତ କରିଛି; ହେଲେ ମୂଳରେ ପହଞ୍ଚିନି। ଏହାର ଫଳ ଏବେ ସମସ୍ତଙ୍କ ଆଖି ଆଗରେ। ଏଣୁ ଶିକାରୀମାନେ ମହାବଳ ବାଘ ମାରି ଏହାକୁ ଜଙ୍ଗଲରେ ପୋତି ଦିଆଯାଇଥିବା ନେଇ ବିଭିନ୍ନ ସମୟରେ ଯେଉଁ ଅଭିଯୋଗ ହୋଇଛି, ଏହା ଯେ ଅସତ୍ୟ ନୁହେଁ ଏକଥା ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଲାଣି। ଆଠଗଡ଼ରେ ହାତୀ ମାରି ପୋତିଲା ପରି ଏଠାରେ ବି ସମାନ ସ୍ଥିତି ହୋଇଥିବା ନେଇ ଆଶଙ୍କା କରାଯାଉଛି।
 bhubaneswarcabrental.comଏନେଇ ପରିବେଶବିତ ତଥା ବନ୍ୟପାଣୀ ବିଶେଷଜ୍ଞ ବିଶ୍ବଜିତ ମହାନ୍ତି କହିଛନ୍ତି ଯେ, ସାତକୋଶିଆ ବାଘ ଶୂନ୍ୟ ହେବା ବନବିଭାଗର ବିଫଳତାକୁ ପଦାରେ ପକାଇ ଦେଇଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ପାଇଁ ବାଘଙ୍କ ଏହି ପ୍ରାକୃତିକ ଆବାସସ୍ଥଳୀରେ ବାଘ ନାହାନ୍ତି। ହେଲେ ଜଣେ ହେଲେ ବି ବନ କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରାଯାଇନି। ଜଣଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ କେତେ ଗୁରୁତ୍ବ ଦିଆଯାଉଛି ଏଥିରୁ ହିଁ ପ୍ରମାଣ ମିଳୁଛି ବୋଲି ସେ କହିଛନ୍ତି।
ସାତକୋଶିଆ ଅଞ୍ଚଳରେ କାମ କରୁଥିବା ପରିବେଶବିତ ପ୍ରସନ୍ନ କୁମାର ବେହେରା କହିଛନ୍ତି ଯେ, ବନ୍ୟପ୍ରାଣୀ ଆଇନରେ ବାଘ ତଫସିଲଭୁକ୍ତ ପ୍ରଜାତି-୧ରେ ଆସୁଥିଲେ ମଧ୍ୟ ଏଠାରେ ଅବାଧ ଶିକାର ହେଲା। ବାଘର ବିଭିନ୍ନ ଅଙ୍ଗପତ୍ୟଙ୍ଗ ବେଶ ମୂଲ୍ୟବାନ ହୋଇଥିବାରୁ ଶିକାରୀମାନେ ମହାବଳକୁ ଟାର୍ଗେଟ କଲେ। ଏପଟେ ବାଘ-ମଣିଷ ବିବାଦରେ ବାଘ ବଳିପଡ଼ିଲେ। ଏହା ରୋକିବାରେ ବନବିଭାଗ ବିଫଳ ହେବାରୁ ଆଜି ସାତକୋଶିଆ ମହାବଳ ଶୂନ୍ୟ ହୋଇଯାଇଛି।
  
 Follow Us