କଳାହାଣ୍ଡିରୁ ଲୋପ ପାଇବ ବାଘବଂଶ! ହାତୀ ପରେ ଏବେ ଜଙ୍ଗଲ ରାଜାକୁ ଟାର୍ଗେଟ

Advertisment
ତିଗିରିଆରେ ବାଘ ଆତଙ୍କ: ମାରି ଖାଇଗଲା ବାଛୁରୀ

Tierpark Berlin

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରୁ ବାଘବଂଶ ଲୋପ ପାଇଯିବ କି? ଏବେ ତସ୍କରମାନେ ଯେଉଁଭଳି ସକ୍ରିୟ ହୋଇଛନ୍ତି, ସେ ସମ୍ପର୍କିତ ଘଟଣାରୁ ଏହିଭଳି ଏକ ଆଶଙ୍କା ପ୍ରକାଶ ପାଇଛି। ତସ୍କରମାନେ ଜିଲ୍ଲାରେ ସକ୍ରିୟ ଥିବାବେଳେ ହାତୀ ପରେ ଏବେ ବାଘଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବାଘ ଶିକାର କରି ସେମାନଙ୍କ ଛାଲ, ନଖ, ଦାନ୍ତ ଆଦି ବିକ୍ରି କରୁଛନ୍ତି। ଯେଉଁଥିପାଇଁ ବନ୍ୟପ୍ରାଣୀ ଏବେ ସଙ୍କଟରେ ରହିଥିବା ଦେଖିବାକୁ ମିଳିଛି।

publive-image

ନିକଟରେ କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ ଧରଣର ବାଘଛାଲ ତସ୍କର ରାକେଟ ଧରାପଡ଼ିଛି। ଦକ୍ଷିଣ ବନଖଣ୍ଡ ଓ ଉତ୍ତର ବନଖଣ୍ଡ ପକ୍ଷରୁ ଦୁଇଦିନ ଧରି ଚଢ଼ଉ କରିବା ପରେ ୯ଟି ବାଘଛାଲ ଓ ଦୁଇଟି ବାଘନଖ ଜବତ କରାଯାଇଛି। ଛତିଶଗଡ଼ ରାଜ୍ୟର ଜଣେ ଗ୍ରାହକ ପାଖରୁ ପ୍ରଥମେ ସୁରାକ ପାଇ କେନ୍ଦ୍ରୀୟ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବିଭାଗ, ଛତିଶଗଡ଼ ବନ ବିଭାଗ ଏବଂ ଓଡ଼ିଶା ବନ ବିଭାଗର ମିଳିତ ଭାବେ ଚଢ଼ଉ କରିଥିଲେ। ଏହି ଚଢ଼ଉରେ କଳାହାଣ୍ଡି ଜିଲ୍ଲାର ୭ ଜଣ ଗିରଫ ହୋଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବନ ବିଭାଗ ଓ କେନ୍ଦ୍ରୀୟ ବନ୍ୟପ୍ରାଣୀ ବିଭାଗ ତଦନ୍ତ ଜାରି ରଖିଛି। ମ. ରାମପୁରର ମନୋଜ ବେହେରା, ନର୍ଲାର ନରୋତ୍ତମ ଭୋଇ, ବଫଲା ଗ୍ରାମର ରଙ୍ଗା ଚରଣ ଭୋଇ, ଅମାଠର କାର୍ତ୍ତିକ ରଣାଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ବନଖଣ୍ଡ ପକ୍ଷରୁ ଚଢ଼ଉ କରାଯାଇଥିବା ବାଘଛାଲ ବେପାରୀମାନଙ୍କୁ ଗିରଫ କରାଯାଇଛି। ସେହିଭଳି କେଗାଁର ଭୁଲିଆର ବାଗ, କୋଦଣ୍ଡ ଗୌଡ଼ ଓ ଉଆଁସୁ ଯାନୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ବାଘ ଛାଲ ଜବତ କରାଯାଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ଏଭଳି ବଡ଼ଧରଣର ଚଢ଼ଉ ହୋଇନଥିଲା। ଛତିଶଗଡ଼ରୁ ଆସି ଏଭଳି ଧରପଗଡ଼ କରାଯାଇଥିବାରୁ କଳାହାଣ୍ଡି ବନ ବିଭାଗର ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image WallpaperUP

ଅନ୍ୟପଟେ, କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ କଲରାପତରିଆ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ଶିକାରୀ ମାଲାମାଲ ହେଉଛନ୍ତି। ଏକ ଅନ୍ତଃରାଜ୍ୟ ରାକେଟ ବାଘଛାଲ ତସ୍କର ସକ୍ରିୟ ହୋଇଥିବା ସ୍ପଷ୍ଟ ଭାବେ ପ୍ରମାଣ ମିଳୁଛି। ବର୍ଷ ବର୍ଷ ଧରି ରାକେଟ ସକ୍ରିୟ ଥିଲେ ମଧ୍ୟ ବନ ବିଭାଗ ନିରବଦ୍ରଷ୍ଟା ସାଜିଛି। ୨୦୧୯ ମସିହାରେ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପୋଖରୀବନ୍ଧଠାରେ ପୁଲିସ ପେଟ୍ରୋଲିଂ ବେଳେ ବାଘଛାଲ ଜବତ ହୋଇଥିଲା। ଅନ୍ୟ ରାଜ୍ୟର ସ୍ୱତନ୍ତ୍ର ଟିମ ଓ ପୁଲିସ ରାକେଟକୁ ଧରୁଥିବା ବେଳେ କଳାହାଣ୍ଡି ବନ ବିଭାଗ କିଭଳି ଟେର୍‌ ପାଉନି ବୋଲି ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ସ୍ଥାନୀୟ ପରିବେଶବିତ୍‌ଙ୍କ କହିବାନୁସାରେ, ତସ୍କର୍‌ମାନେ ଯେଉଁଭଳି ଭାବେ ବାଘ ଉପରେ ଏବେ ନଜର ପକାଉଛନ୍ତି ବନ ବିଭାଗ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ବାଘବଂଶ ଲୋପ ପାଇଯିବ। ଏବେ ତସ୍କରମାନେ ହାତୀଙ୍କୁ ଛାଡ଼ି ବାଘଙ୍କୁ ଟାର୍ଗେଟ୍‌ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe