ଆଜି ମହାଶିବରାତ୍ରୀ : ପୁରୀ ଲୋକନାଥଙ୍କ ପୀଠରେ କଡ଼ା ସୁରକ୍ଷା, ଆରମ୍ଭ ହେଲା ଭକ୍ତସମାଗମ

Advertisment

ଭକ୍ତଙ୍କ ଦର୍ଶନ ପାଇଁ ‘ଏସ୍’ ବ୍ୟାରିକେଡ୍ ବ୍ୟବସ୍ଥା, ସୁରକ୍ଷା ଦାୟିତ୍ବରେ ୫୦ରୁ ଅଧିକ ଅଫିସର, ୨୦ ସେକ୍ସନ୍ ଫୋର୍ସ, ରାତି ୩ଟାରେ ଉଠିବ ମହାଦୀପ

ଭକ୍ତଙ୍କ ଦର୍ଶନ ପାଇଁ ‘ଏସ୍’ ବ୍ୟାରିକେଡ୍ ବ୍ୟବସ୍ଥା, ସୁରକ୍ଷା ଦାୟିତ୍ବରେ ୫୦ରୁ ଅଧିକ ଅଫିସର, ୨୦ ସେକ୍ସନ୍ ଫୋର୍ସ, ରାତି ୩ଟାରେ ଉଠିବ ମହାଦୀପ

ଆଜି ମହାଶିବରାତ୍ରୀ : ପୁରୀ ଲୋକନାଥଙ୍କ ପୀଠରେ କଡ଼ା ସୁରକ୍ଷା, ଆରମ୍ଭ ହେଲା ଭକ୍ତସମାଗମ

ପୁରୀ : ଆଜି ପବିତ୍ର ମହାଶିବରାତ୍ରୀ। ଏହି ଉପଲକ୍ଷେ ପୁରୀର ପ୍ରସିଦ୍ଧ ଲୋକନାଥଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମହାଶିବରାତ୍ରୀ ଅବ୍ୟବହିତ ପୂର୍ବରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ବ୍ରତଧାରୀ ଭକ୍ତ ଏଠାରେ ଭିଡ଼ ଜମାଇଛନ୍ତି। ପ୍ରତିବର୍ଷ ଲକ୍ଷାଧିକ ଭକ୍ତ ଏଠାରେ ଜାଗର ଜାଳୁଥିବାରୁ ଏଥିପାଇଁ ମନ୍ଦିର ପାଖ ପଡ଼ିଆ ସଫାସୁତରା କରାଯାଇଛି। ଭିଡ଼ ନିୟନ୍ତ୍ରଣ ସହ ଅପରାଧ ରୋକିବା ପାଇଁ ୫୦ରୁ ଅଧିକ ଅଫିସର ଓ ୨୨ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ଗାଡ଼ିମୋଟର ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

publive-imageଏହା ସହ ଭକ୍ତଙ୍କ ଦର୍ଶନ ପାଇଁ ‘ଏସ୍’ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଚୂଡ଼ାନ୍ତ ନୀତି ଅନୁଯାୟୀ, ଗତ ରାତି ସାଢ଼େ ୧୨ଟାରେ ପହୁଡ଼ ଦ୍ବାର ଖୋଲିବା ପରେ ରାତି ଗୋଟାଏରୁ ୨ଟା ଭିତରେ ମଙ୍ଗଳଆଳତି, ଅବକାଶ, ସୂର୍ଯ୍ୟପୂଜା ଆଦି ନୀତି ଅନୁଷ୍ଠିତ ହୋଇଛି। ଗତ ରାତି ୨ଟାରୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଜି ଶ୍ରୀମନ୍ଦିରରୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଲୋକନାଥ ମନ୍ଦିରରେ ବିଜେ କରିବା ପରେ ରାତି ୧୨ଟାରୁ ରାତି ୨ଟା ମଧ୍ୟରେ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ରାତି ୨ଟାରୁ ୩ଟା ଭିତରେ ହରିହର ଭେଟ ସହ ପୂଜାଭୋଗ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ଓ ମହାଦୀପ ପ୍ରଜ୍ବଳନ ନୀତି ଅନୁଷ୍ଠିତ ହେବ। ରାତି ୩ଟାରେ ମହାଦୀପ ଉଠିବା ନେଇ ସମୟ ଚୂଡ଼ାନ୍ତ ହୋଇଛି। ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୨ ଜଣ ଡିଏସ୍‌ପି, ୧୧ ଜଣ ଆଇଆଇସି, ୪୬ ଜଣ ଏସ୍‌ଆଇ, ଏଏସ୍‌ଆଇ, ୧୪ଜଣ ଟ୍ରାଫିକ୍ ହାବିଲଦାର, ୯୨ଜଣ କନଷ୍ଟେବଳ, ୨୦୭ଜଣ ହୋମଗାର୍ଡ଼ଙ୍କୁ ନିୟୋଜିତ କରାଯାଇଛି। ଗାଡ଼ିମୋଟର ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୋର ୪ଟାରୁ ଗାଣ୍ଡୁଆ ଚଉରା ଛକରୁ ବୃଷଭ ଛକ ପର୍ଯ୍ୟନ୍ତ ରିକ୍ସା, ସାଇକେଲ, ବାଇକ୍ ଯାଆସ କରିପାରିବେ। କିନ୍ତୁ ଅଟୋ ଓ ଅନ୍ୟ ବଡ଼ ଗାଡ଼ି ଗାଣ୍ଡୁଆ ଚଉରା ଛକରେ ପାର୍କିଂ କରିବେ। ସେହିପରି ବଳିଆପଣ୍ଡା ଦେଇ ଆସୁଥିବା ବଡ଼ଗାଡ଼ି ଲାଇଟ୍ ହାଉସ ନିକଟରେ ପାର୍କିଂ କରିବେ। ମଙ୍ଗଳାହାଟ ଦେଇ ଆସୁଥିବା ଗାଡ଼ିମୋଟର ଫ୍ଳୋରିସ୍ ଇଣ୍ଡିଆ ନିକଟରେ ପାର୍କିଂ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe