‘ବାଣଫୁଟା ନିୟମକୁ କଡ଼ାକଡ଼ି ପାଳନ କର’, ସରକାରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିସନ

Advertisment
‘ବାଣଫୁଟା ନିୟମକୁ କଡ଼ାକଡ଼ି ପାଳନ କର’, ସରକାରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର କମିସନ

www.winni.in

ଭୁବନେଶ୍ବର : ବାଣ ଫୁଟା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ କେବଳ ଆଡଭାଇଜରିରେ ରହିଗଲା। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆଜି ରାଜ୍ୟ ମାନବାଧିକାର କମିସନ (ଓଏଚଆରସି)ର ଅଧ୍ୟକ୍ଷ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାସ ଏକ ଖଣ୍ଡପୀଠରେ ପ୍ରମୁଖ ସଚିବ, ଗୃହ ସଚିବ, ପୁଲିସ ଡିଜି ଓ ପୁଲିସ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି।

publive-image

କମିସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ବାଣ ଫୁଟାକୁ ନେଇ ସୁପ୍ରିମକୋର୍ଟ ଯେଉଁ ଗାଇଡ୍‌ଲାଇନ ଜାରି କରିଛନ୍ତି ତାକୁ ପୁଲିସ ବିଭାଗର ତଳସ୍ତରର କର୍ମଚାରୀମାନେ ଠିକ୍‌ ଭାବେ ପାଳନ କରୁନାହାନ୍ତି। ଯାହାଫଳରେ ଯେଉଁ ସବୁ ସ୍ଥାନରେ ବାଣ ଫୁଟିବା କଥା ନୁହେଁ, ସେଠାରେ ମଧ୍ୟ ବାଣ ଫୁଟୁଛି। ବିଶେଷକରି ଦୀପାବଳି, ନୂଆବର୍ଷ ରାତି, ଓ ବଡ଼ଦିନ ରାତିରେ ଏଭଳି ଅଘଟଣ ଘଟୁଛି। ଏତଦବ୍ୟତୀତ ବିବାହ ମହୋତ୍ସବରେ ଅନେକ ବାଣ ଫୁଟାଉଛନ୍ତି। ତା’ର କୌଣସି ସ୍ଥାନ ଓ ସମୟ ରହୁନାହିଁ। ଯିଏ ଯେଉଁଠି ପାରିଲା ବାଣ ଫୁଟାଉଛି। ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ଗାଇଡ୍‌ଲାଇନ ରହିଛି, ଯେଉଁଥିରେ କେଉଁଠି ବାଣ ଫୁଟି ପାରିବ ଓ ବାଣ ଫୁଟିବାର ସମୟ ସ୍ଥିର ହୋଇଛି। ବାଣ ବିକ୍ରି ନେଇ ମଧ୍ୟ ଗାଇଡ୍‌ଲାଇନ ରହିଛି, ଯାହାକୁ ରାଜ୍ୟରେ କଡ଼ାକଡ଼ି ଭାବେ ପାଳନକରିବାକୁ କମିସନ ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe