ସୀମାନ୍ତ ସମୁଦ୍ରପଥରେ କଡ଼ା ପଇଁତରା: ସୁବର୍ଣ୍ଣ ଦୀପ, ମୁରଲୀଚଢ଼ା ଦୀପ ଉପରେ ତୀକ୍ଷ୍‌ଣ ନଜର

Advertisment

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରି ପିଓକେରେ ଥିବା ଆତଙ୍କବାଦୀ ଶିବିରକୁ ମାଟିରେ ମିଶାଇଛି। ଏପରି ସ୍ଥିତିରେ ଓଡ଼ିଶା ସୀମାନ୍ତ ସମୁଦ୍ରପଥରେ.....

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରି ପିଓକେରେ ଥିବା ଆତଙ୍କବାଦୀ ଶିବିରକୁ ମାଟିରେ ମିଶାଇଛି। ଏପରି ସ୍ଥିତିରେ ଓଡ଼ିଶା ସୀମାନ୍ତ ସମୁଦ୍ରପଥରେ.....

dfdfvvcf

ଚନ୍ଦନେଶ୍ୱର: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରି ପିଓକେରେ ଥିବା ଆତଙ୍କବାଦୀ ଶିବିରକୁ ମାଟିରେ ମିଶାଇଛି। ଏପରି ସ୍ଥିତିରେ ଓଡ଼ିଶା ସୀମାନ୍ତ ସମୁଦ୍ରପଥରେ ସୁରକ୍ଷାବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସମ୍ବେଦନଶୀଳ ଅଞ୍ଚଳ ଓଡ଼ିଶା- ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇର ତାଳସାରୀ, ଉଦୟପୁର ଓ କୀର୍ତ୍ତନିଆ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମସ୍ତ ବୋଟ୍‌କୁ ଆବଶ୍ୟକୀୟ କାଗଜପତ୍ର ନେବାକୁ କଡ଼ା ତାଗିଦ୍‌ କରାଯାଇଛି। ଜଳପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ସାମୁଦ୍ରିକ ଥାନାର ପୁଲିସ କର୍ମଚାରୀ, ମତ୍ସ୍ୟ ବିଭାଗ ଓ ତଟରକ୍ଷୀ ବାହିନୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସମୁଦ୍ରରେ ପଇଁତରା ପାଇଁ ବେଳାଭୂମିରେ ତଟସୁରକ୍ଷା ବାହିନୀର ୩ ଜଣଙ୍କୁ ନିୟୋଜିତ କରାଯାଇଛି। 
ସେହିପରି, ତାଳସାରୀ ବେଳାଭୂମି ନିକଟରେ ସୁବର୍ଣ୍ଣ ଦୀପ, ମୁରଲୀଚଢ଼ା ଦୀପ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।

ଜଳପଥରେ ବହୁ ବୋଟ୍‌ ଓ ବିଦେଶୀ ଏଠାକୁ ଚାଲି ଆସିବାର ଆଶଙ୍କା ଥିବାରୁ ଏହି ଦୀପକୁ ନାକାବନ୍ଦୀ କରି ରଖାଯାଇଛି। ସମସ୍ତ ପରିସ୍ଥିତିକୁ ଆଖି ଆଗରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ନିୟମ ଅନୁଯାୟୀ ସମୁଦ୍ରକୁ ଯାଉଥିବା ସମସ୍ତ ଡଙ୍ଗାର ରଙ୍ଗ, ଜାତୀୟ ପତାକା ଓ ଆବଶ୍ୟକ କାଗଜପତ୍ର ନେଇ ସମୁଦ୍ରକୁ ଯିବାକୁ ମତ୍ସ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ ଚମ୍ପାବତୀ ସୋରେନ, ଚନ୍ଦନେଶ୍ୱର ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ ସମ୍ପ୍ରସାରଣ) ଅନନ୍ତ କୁମାର ଜେନା, ତଟରକ୍ଷୀ ବାହିନୀର ବିଶ୍ୱମ୍ବର ଓଝା, ଗୁଡୁ କୁମାର, ଅମୂଲ୍ୟ କୁମାର, ସାଗର ମିତ୍ର ଶିବାୟନ ସେନାପତି ପ୍ରମୁଖ ସୀମାନ୍ତରେ ରହି ସତର୍କ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe