ନନ୍ଦନକାନନରେ ୬ବର୍ଷର ବାଘୁଣୀ ‘ଆନିନୀ’ ମୃତ

Advertisment
ନନ୍ଦନକାନନରେ ୬ବର୍ଷର ବାଘୁଣୀ ‘ଆନିନୀ’ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାଘ ସଫାରୀ ମଧ୍ୟରେ ରହିଥିବା ସାଧାରଣ ନାଲି ରଙ୍ଗ ବାଘୁଣୀ ’ଆନିନୀ’ (୬)ର ଆଜି ମୃତ୍ୟୁ ହୋଇଛି। ସେ ପ୍ରାୟ ଏକ ମାସ ଧରି ଅସୁସ୍ଥ ଥିଲା। ତେଣୁ ଖିଆ ପିଆ କରୁ ନଥିଲା। ଦିନକୁ ଦିନ ଝଡି ଝଡି ଦୁର୍ବଳ ହେବାରେ ଲାଗିଥିଲା। ତାର ରକ୍ତରେ ହେମୋଗ୍ଲୋବିନ୍ କମି କମି ଯିବାରେ ଲାଗିଥିଲା। ତାକୁ ନନ୍ଦନକାନନର ପ୍ରାଣୀ ଚିକିତ୍ସକମାନେ ଯେତେ ଔଷଧ ଓ ପ୍ରତିଷେଧକ ଦେଇ ଚିକିତ୍ସା କଲେ ମଧ୍ୟ ତାର ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସୁ ନଥିଲା। ବରଂ ଦିନକୁ ଦିନ ଅବସ୍ଥା ବିଭଗିଡିବାରେ ଲାଗିଥିଲା। ଓୟୁଏଟିରୁ ବୈଷୟିକ କମିଟର ବିଶେଷଜ୍ଞ ସ୍ବାସ୍ଥ୍ୟ ନିରୀକ୍ଷଣ  କରିଥିଲେ।

publive-image www.nandankanan.org

ବାଘୁଣୀ ଆନିନୀ ଠାରେ ତା ବାପା ମନିଷ ଓ ଭାଇ ସୁଭ୍ରାଂଶୁ ଭଳି ସମାନ ଲକ୍ଷଣ ପ୍ରକାଶ ପାଇଥିବାରୁ ଚିହଁକି ଉଠିଥିଲେ ନନ୍ଦନକାନନ କର୍ତ୍ତୁପକ୍ଷ। ମନିଷ ଗତ ୨୦୧୮ ମସିହା ସେପ୍ଟେମ୍ବର  ୨ ତାରିଖରେ ଓ ସୁଭ୍ରାଂଶୁ ଗତ ୨୦୧୬ ଅଗଷ୍ଟ ୫ ତାରିଖରେ ବ୍ଲଡ ପ୍ରୋଟୋଜୋନ୍ ବା ସୁକ୍ଷ୍ମ ରକ୍ତ କୃମି ଜନି ସଂକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ।

ସୂଚନାଯୋଗ୍ୟ ଗତ ୨୦୧୪ ମସିହା ଜୁଲାଇ ମାସ ୨୮ ତାରିଖରେ ‘ମନିଷ’ ଓ  ଧଳା ବାଘୁଣୀ ’ସ୍ନେହା’ଙ୍କ ମିଳନରୁ ‘ଆନିନୀ’ ତାର ଭାଇ ସୁଭ୍ରାଂଶୁ(ବିରଳ ଧଳା ଓ କଳା ମିଶ୍ରିତ), କ୍ରୀଷ୍ଣା (ପ୍ରଥମ ବିରଳ କଳା) ଓ ଭଉଣୀ ଶୁଭଶ୍ରୀ (ସାଧାଣ ନାଲି) ସାଧାରଣ ନାଲି ରଙ୍ଗର ମହାବଳ ଜନ୍ମଲାଭ କରିଥିଲା। ନନ୍ଦନକାନନରେ ବର୍ତ୍ତମାନ ୧୩ଟି ସାଧାରଣ ନାଲି, ୮ଟି ଧଳା ଓ ୪ ବିରଳ କଳା ରଙ୍ଗକୁ ମିଶାଇ ମୋଟ ୨୫ଟି ବାଘ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe