ନନ୍ଦନକାନନରେ ‘ଅଙ୍କିତା’ ଜନ୍ମ ଦେଲା ଦୁଇ ବାଘ ଶାବକ

Advertisment
ନନ୍ଦନକାନନରେ ‘ଅଙ୍କିତା’ ଜନ୍ମ ଦେଲା ଦୁଇ ବାଘ ଶାବକ

ଭୁବନେଶ୍ୱର/ବାରଙ୍ଗ: ଗତକାଲି ରାତିରେ ନନ୍ଦନକାନନରେ ବାଘୁଣୀ ‘ଅଙ୍କିତା’ନନ୍ଦନକାନନର ୨୮ ସି ଏନକ୍ଲୋଜର ମଧ୍ୟରେ ୨ଟି ଶିଶୁ ଶାବକ ଜନ୍ମ ଦେଇଛି। ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଦୁଇ ଶାବକଙ୍କୁ ମିଶାଇ ନନ୍ଦନକାନନର ବାଘ ସଂଖ୍ୟା ୨୬ରେ ପହଞ୍ଚିଛି।ସେମାନଙ୍କ ମଧ୍ୟରୁ ୮ଟି ଧଳା ବାଘ( ୩ ଅଣ୍ଡିରା, ୫ ମାଈ) ଅଛନ୍ତି।୧୬ଟି ସାଧାରଣ ରଙ୍ଗର ବାଘ ଥିବା ନନ୍ଦକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୨ ମସିହାରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଷିଙ୍କ ମିଳନରୁ ଜନ୍ମ ହୋଇଥିଲା ‘ଅଙ୍କିତା‘। ଏବେ ତାକୁ ୫ ବର୍ଷ ବୟସ ହୋଇଛି। ଗତ ବର୍ଷ ଅକେ୍‌ଟାବର ୧ ତାରିଖରେ ହାଇଦ୍ରାବାଦ
ଚିଡିଆଖାନାରୁ ଆସିଥିବା ମହାବଳ ବାଘ ‘ସେଫ୍‌ ’ ସହିତ ମିଳନ ହୋଇ ଗର୍ଭଧାରଣ କରିଥିଲା। ଗର୍ଭ ଧାରଣ ପରେ ଅଙ୍କିିତା ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଥିିଲା। ଗତକାଲି ରାତି ୧୦ଟା ୧୨ ମିନିଟରେ ପ୍ରଥମ ଶାବକ ଓ ୧୦ଟା ୪୦ ମିନିଟରେ ଦ୍ୱିତୀୟ ଶାବକକୁ ଅଙ୍କିତା ଜନ୍ମ ଦେଇଥିଲା। ଆଜି ସକାଳ୮ଟା ସୁଦ୍ଧା ଅଙ୍କିତା ଶାବକମାନଙ୍କ ଯତ୍ନ ଠିକ୍‌ ଭାବେ ନେଉଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe