ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ଏବେ ମୁକୁଳିବନି

ଚୂଡ଼ାନ୍ତ ପର୍ଯ୍ୟାୟରେ ଘର ବାହୁଡ଼ା ପ୍ରକ୍ରିୟା, ସପ୍ତାହକ ଭିତରେ ଓଡ଼ିଶା ଛାଡ଼ିବ ସୁନ୍ଦରୀ

ଭୁବନେଶ୍ବର : ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟର ଏନକ୍ଲୋଜରରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ଆଉ କିଛି ଦିନ ଏମିତି ରହିବ। ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନେବାକୁ ଯେଉଁ ଉଦ୍ୟମ ଚାଲିଥିଲା ସେଥିରେ ଏବେ ସାମୟିକ ଭାବେ ବିରାମ ଲାଗିଛି। ତେଣୁ ସୁନ୍ଦରୀ ଏବେ କାହ୍ନା ଅଭୟାରଣ୍ୟ ଯିବନି ବୋଲି ଚିଫ୍‌ ୱାଇଲ୍ଡ ଲାଇଫ୍ ୱାର୍ଡନ ହରିଶଙ୍କର ଉପାଧ୍ୟାୟ କହିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ, ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟର ଘୋରେଲାରେ ଏବେ ଦୁଇଟି ବାଘ ଅଛନ୍ତି। ସେହି ଦୁଇଟି ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପରେ ସୁନ୍ଦରୀକୁ ଏଠାରୁ ନିଆଯିବ। ସେତେଦିନ ପର୍ଯ୍ୟନ୍ତ ସୁନ୍ଦରୀ ସାତକୋଶିଆରେ ଏନକ୍ଲୋଜରରେ ରହି‌ବ। ସୂଚନାଯୋଗ୍ୟ ଯେ, ବାଘୁଣୀ ସୁନ୍ଦରୀକୁ ବନ ବିଭାଗ ସାତକୋଶିଆ ଅଭୟାରଣ୍ୟରେ ଏକ ଏନକ୍ଲୋଜର ଭିତରେ ବର୍ଷାଧିକ କାଳ ହେଲା ବନ୍ଦୀ କରି ରଖାଯାଇଛି। ଏନକ୍ଲୋଜର ବାହାରକୁ ଏବେ ଛାଡ଼ିବାର ବି ଯୋଜନା ନାହିଁ। ବନ ବିଭାଗର ଏପରି କାର୍ଯ୍ୟ ଦେଖି ଏନ୍‌ଟିସିଏ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ବନ୍ଦ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe