ଜଙ୍ଗଲକୁ ଛୁ’ ମାରିଲା ‘ସୁନ୍ଦରୀ’ : ଆସିଲା ସ୍ବୟଂଚାଳିତ ଯନ୍ତା, ମଧ୍ୟପ୍ରଦେଶରୁ ପହଞ୍ଚିଲେ ୩ଟି ଟିମ୍

Advertisment
ଜଙ୍ଗଲକୁ ଛୁ’ ମାରିଲା ‘ସୁନ୍ଦରୀ’ : ଆସିଲା ସ୍ବୟଂଚାଳିତ ଯନ୍ତା, ମଧ୍ୟପ୍ରଦେଶରୁ ପହଞ୍ଚିଲେ ୩ଟି ଟିମ୍

ବନ୍ତଳା/ପାଇକସାହି : ବାଘୁଣୀ ‘ସୁନ୍ଦରୀ’ ୩ ଦିନ ହେଲା ଟ୍ରାଙ୍କୁଲାଇଜ୍ ଟିମକୁ ଚକ୍୍ମା ଦେଇ ଆସୁଛି। ଆଜି ଜଙ୍ଗଲ ଭିତରକୁ ଚାଲି ଯାଇଥିବା ଅନୁମାନ କରାଯାଉଛି। ଏପରିସ୍ଥଳେ, ସୁନ୍ଦରୀକୁ ଧରିବା ପାଇଁ ସ୍ବୟଂଚାଳିତ ଜନ୍ତା ଆସିବା ସହିତ ମଧ୍ୟପ୍ରଦେଶରୁ ୩ଟି ଟିମ୍‌ ଆସି ପହଞ୍ଚିଛି। ଅନ୍ୟପକ୍ଷରେ, ସୁନ୍ଦରୀକୁ ନେଇ ସାତକୋଶିଆ ଅଂଚଳବାସୀ କିନ୍ତୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ବନ ବିଭାଗ ‘ସୁନ୍ଦରୀ’କୁ ଧରିବା ପାଇଁ ଗତ ୩ ଦିନ ହେଲା ଅଭିଯାନ ଚଳାଇଛି। ଗତକାଲି ଜଙ୍ଗଲ ମଧ୍ୟରେ ଏକ ଛେଳି ବାନ୍ଧିଥିଲା। ଆଜି ପୁଣି ଏକ ମଇଁଷି ବାନ୍ଧିଥିଲା। ହେଲେ ‘ସୁନ୍ଦରୀ’ ବନ ବିଭାଗର ଏହି ଜାଲରେ ପଡ଼ି ନଥିଲା। ବନ ବିଭାଗର ‘ମିସନ ସୁନ୍ଦରୀ’ ବିଫଳ ହେ‌ାଇଥିଲା। ବନ ବିଭାଗ ପାଖରେ ବାଘୁଣୀ ଉପରେ ନଜର ରଖିବା ପାଇଁ ଆବଶ୍ୟକ ତାଲିମପ୍ରାପ୍ତ ହାତୀ ସାତକୋଶିଆରେ ନାହାନ୍ତି। ଫଳରେ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ କରିବା ସହଜ ହେଉନାହିଁ। ବନ ବିଭାଗ ସମସ୍ତ କୌଶଳ ‘ସୁନ୍ଦରୀ’ ପାଖରେ ଫେଲ୍‌ ମାରିଛି। ବନ ବିଭାଗ କିନ୍ତୁ ଦିନରାତି କସରତ ଚଳାଇଛି। ଆଜି ସୁନାବେଡ଼ାରୁ ଏକ ସ୍ବୟଂଚାଳିତ ଯନ୍ତା ଆଣାଯାଇଛି। ମଧ୍ୟପ୍ରଦେଶରୁ ୩ଟି ବିଶେଷଜ୍ଞ ଦଳ ମଧ୍ୟ‌ ଆଜି ଅନୁଗୁଳରେ ପହଞ୍ଚିଛନ୍ତି। ‘ସୁନ୍ଦରୀ’ ବେକରେ ଯେଉଁ ଯନ୍ତ୍ର ଲଗାଯାଇଛି, ତାହା ମାଧ୍ୟମରେ ତିନି କିଲୋମିଟର ପରିଧି ମଧ୍ୟରେ ହିଁ ଟ୍ରାକ କରାଯାଇପାରିବ। କିନ୍ତୁ ସୁନ୍ଦରୀକୁ ‌ଜଙ୍ଗଲ ଭିତରକୁ ଚାଲି ଯାଇଥିବାରୁ ଟ୍ରାକ କରିବା ପାଇଁ ବନବିଭାଗକୁ କଷ୍ଟକର ହେଉଛି। ମଧ୍ୟପ୍ରଦେଶରୁ ଆସିଥିବା ଟିମ୍ ସ୍ଥାନୀୟ ଅଧିକାରୀମାନଙ୍କୁ ସହିତ ମିଶି ଆସନ୍ତାକାଲିଠାରୁ ସୁନ୍ଦରୀକୁ ଧରିବା ପାଇଁ ଅଭିଯାନ ଚଳାଇବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe