ଲଘୁଚାପ ଜନିତ ବର୍ଷା: ତିଖାଲି ଡ୍ୟାମର୍‌ ୩ଟି ଗେଟ୍‌ ଖୋଲିଲା

ଜଳସମ୍ପଦ ବିଭାଗର ରକ୍ଷଣାବେକ୍ଷଣ ଖର୍ଚ୍ଚ ୭୮୫କୋଟି

ଖଡ଼ିଆଳ : ନୂଆପଡ଼ା ଜିଲ୍ଲାରେ ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଜାରିରହିଛି। ତେଣୁ ଉପର ମୁଣ୍ଡର ଚାଷୀ ଓ ଗ୍ରାମ ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ୍‌ର ୩ଟି ଗେଟ୍‌ ସୋମବାର ଖୋଲାଯାଇଛି। ଏହା ୩ ରୁ ୪ ମିଟର ଲେଖାଏଁ ଖୋଲା ଯାଇଥିବା ଜଣାଯାଇଛି।

ଗେଟ୍‌ ଖୋଲିବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏନେଇ ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ, ଏଥର ୱାଟର ଲେବୁଲ୍‌ ୨୬୨ ମିଟର ରଖାଯାଇଛି ବୋଲି କହିଥିଲେ। ଅନ୍ୟପଟେ ସୁନ୍ଦର ନଦୀରେ ପ୍ରଥମକରି ଅଧିକ ପାଣି ବୋହୁଥିବାରୁ ଶଯ୍ୟା ନିକଟରେ ନଦୀ ପାଣି ଦେଖିବାକୁ ଲୋକଙ୍କ ଭିଡ଼ ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe