ତିଲେଇବଣି ବିଡିଓଙ୍କ ସାଂଘାତିକ ଅଭିଯୋଗ : ଗାଡ଼ିରେ ଭର୍ତ୍ତି କଲେ, ନିସ୍ତୁକ ପିଟିଲେ ଦେବଗଡ଼ ବିଧାୟକ

Advertisment
ତିଲେଇବଣି ବିଡିଓଙ୍କ ସାଂଘାତିକ ଅଭିଯୋଗ : ଗାଡ଼ିରେ ଭର୍ତ୍ତି କଲେ, ନିସ୍ତୁକ ପିଟିଲେ ଦେବଗଡ଼ ବିଧାୟକ

ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆଜି ପୂର୍ବାହ୍ନରେ ମରଣାନ୍ତକ ଆକ୍ରମଣ ହୋଇଛି। ବିଡିଓ ଶ୍ରୀ ଦଳପତିଙ୍କୁ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହେବା ପରେ ଆହତ ଶ୍ରୀ ଦଳପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହେବା ପରେ ଆକ୍ରମଣ ନେଇ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଶ୍ରୀ ଦଳପତି କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭଳିଆଗୁଡ଼ି ଗ୍ରାମକୁ ଏକ ମାମଲାର ଯୁଗ୍ଗ ତଦନ୍ତ ପାଇଁ ତହସିଲଦାର ପଲ୍ଲବୀ ନାୟକ, ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାନୀ ପ୍ରଧାନ ଏବଂ ଛେପିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁଙ୍କ ସହ ପହଞ୍ଚି ଉକ୍ତ ଗ୍ରାମରେ ତଦନ୍ତ କରୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ୩ଟି ମୋବାଇଲ ଫୋନ୍‌ରୁ ଲଗାତାର କଲ୍‌ ଆସିଥିଲା। ଫୋନ୍‌ କରୁଥିବା ବ୍ୟକ୍ତିମାନେ ବିଡିଓଙ୍କୁ କହିଥିଲେ ଯେ, ବିଧାୟକଙ୍କୁ ଦେଖା କରନ୍ତୁ। କିନ୍ତୁ ବିଡିଓ ବ୍ୟସ୍ତ ଥିବାରୁ ପରେ ଦେଖା କରିବାକୁ କହିଥିଲେ।

publive-image

ବିଡିଓ ଶ୍ରୀ ଦଳପତି କହିଛନ୍ତି ଯେ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀମାନଙ୍କ ସହିତ ସେଠାରେ ପହଞ୍ଚି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଆଶାଳୀନ ବ୍ୟବହାର ସହିତ ଜାତିଆଣ ଆକ୍ଷେପ କରିଥିଲେ। ସେହିପରି ବଳପୂର୍ବକ ମତେ ଉଠାଇ ନେଇ ବିଧାୟକଙ୍କ ଗାଡ଼ି ଭିତରେ ଭର୍ତ୍ତି କରିଦେଇଥିଲେ। ସେଠାରୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ। ମୋର ମୋବାଇଲ୍‌ ଫୋନ୍‌, ଡାଏରୀ ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ମୋର ସହଯୋଗୀମାନେ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ।

ତେବେ ଘଟଣା ସଂପର୍କରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe